ଅମରେଶ ନାୟକ ହତ୍ୟା ଘଟଣା: ପୁଣି ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଘଟଣାରେ କମିସନରେଟ ପୁଲିସ ଶୁକ୍ରବାର ପୁଣି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ରଘୁଆ, ବବୁଲ୍‌ ଓ ଉଙ୍କା। ପୁଲିସ ପୂର୍ବରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅମରେଶ ନାୟକ ହତ୍ୟା ଘଟଣାରେ ପୁଲିସ ଏଯାଏଁ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ସହିତ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର