୩ ଜୁଆଡ଼ି ଗିରଫ, ଟଙ୍କା ଓ ତାସ୍‌ ଜବତ

ଭୁବନେଶ୍ୱର: ଖାରବେଳନଗର ଥାନା ପୁଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ସାଢ଼େ ୭ ହଜାର ଟଙ୍କା ଓ ତାସ୍‌ ଜବତ କରିଛି। ସେମାନେ ହେଲେ ୟୁନିଟ୍‌-୩ ସ୍ଥିତ ମାଳିସାହି ମସ୍‌ଜିଦ୍‌ କଲୋନିର ରୁଦ୍ର ମାହାତ(୩୦), ବିକ୍ରମ ମାହାତ(୨୮) ଓ ସେକ୍‌ ଜୁଲୁ(୫୦)।

ପୁଲିସ ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ମାଳିସାହି ମସ୍‌ଜିଦ୍‌ କଲୋନିରେ ଏକ ଜୁଆ ଆଡ୍ଡା ଚାଲିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ପୁଲିସକୁ ଦେଖି ସେଠାରେ ଥିବା ଜୁଆଡ଼ିମାନେ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ରୁଦ୍ର, ବିକ୍ରମ ଓ ଜୁଲୁକୁ ଗିରଫ କରି ଥାନାକୁ ଆଣିଥିଲା। ସେମାନଙ୍କୁ ପଚରାଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର