ନନ୍ଦନକାନନରେ କଲରାପତରିଆ ବାଘ ‘ସୂରଜ’ର ମୃତ୍ୟୁ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଖୁଆଡ଼ ନମ୍ବର ୯୧ରେ ରହୁଥିବା କଲରାପତରିଆ ବାଘ ‘ସୂରଜ’ର ଆଜି ମୃତ୍ୟୁ ହୋଇଯାଇଛି। ରବିବାର ସନ୍ଧ୍ୟାରେ ତାର ବାନ୍ତି ହୋଇଥିଲା। ଏହାପରେ ସେ ଅସୁସ୍ଥ ହୋଇ ପଡ଼ିଥିଲା। ତାକୁ ସାଲାଇନ୍‌ ଓ ଟିକା ଦେଇ ଚିକିତ୍ସା କରାଯାଇଥିଲା। ମାତ୍ର ଆଜି ସକାଳେ ତାର ମୃତ୍ୟୁ ହୋଇଯାଇଛି।

ସୁରଜର ବୟସ ୧୦ ବର୍ଷ ହେବ ବୋଲି ନନ୍ଦନକାନନ ପକ୍ଷରୁ କୁହାଯାଇଛି। ତାକୁ ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ୨୦୧୦ରେ ଗୁଜୁରାଟର ସାକରାବାଗ୍‌ରୁ ଧାରା ଯାଇଥିଲା। ୨୦୧୩ ମସିହାରେ ସୂରଜକୁ ନନ୍ଦନକାନନ ଅଣାଯାଇଥିଲା। ତାର ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କର୍ତୃପକ୍ଷ କହିଛନ୍ତି। ସୂରଜର ମୃତ୍ୟୁ ପରେ ନନ୍ଦନକାନନରେ କଲରାପତରିଆ ବାଘଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ବର୍ଷା, ବିଜୁ, ମଞ୍ଜୁ, ଅନିତା, ମଙ୍ଗଳଙ୍କ ସହ ନୂଆପଡ଼ାରୁ ଧରା ହୋଇ ଆସିଥିବା ଏକ ମାଈ ଓ ଅଣ୍ଡିରା କଲରାପତରିଆ ବାଘ ଅଛନ୍ତି।

ସମ୍ବନ୍ଧିତ ଖବର