ରିଲିଜ୍‌ ହେଲା ଗୌରବଙ୍କ ‘ତୋ ପ୍ରେମରେ’

ଭୁବନେଶ୍ବର: ଓଡ଼ିଶାର ନମ୍ବର ୱାନ୍ ଏଫ୍ଏମ୍ ରେଡିଓ ଚକ୍‌ଲେଟ୍‌ ପ୍ରସ୍ତୁତ କରିଛି ଏକ ରୋମାଣ୍ଟିକ୍‌ ଗୀତ ‘ତୋ ପ୍ରେମରେ’। ଶୁକ୍ରବାର ସନ୍ଧ୍ୟାରେ ମୁକ୍ତିଲାଭ କରିଛି ଏହି ଗୀତ। ଗୀତଟିକୁ ଗୌରବ ଗାଇଥିବା ବେଳେ ରଚନା କରିଛନ୍ତି ଆଶୁତୋଷ ଓ କୁମାରଶ୍ରୀ। ସଂଗୀତ ଦେଇଛନ୍ତି ସୁମିତ ଦୀକ୍ଷିତ୍। ଗୀତର ରେକର୍ଡିଂ ଓ ମିକ୍ସିଂ କରିଛନ୍ତି ସ୍ମୃତିରଂଜନ। ଗୀତଟିକୁ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ରେ ଶୁଣି ପାରିବେ। ରେଡିଓ ଚକ୍‌ଲେଟ୍‌ର ୟୁଟ୍ୟୁବ୍‌ ପେଜ୍‌ରେ ଏହାର ଷ୍ଟୁଡିଓ ଭର୍ସନ ଦେଖି ହେବ। ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ ଆପ୍‌ରେ ମଧ୍ୟ ଗୀତଟିକୁ ଶୁଣି ପାରିବେ। ରୋଡ୍‌ଓ ଚକ୍‌ଲେଟ୍‌ ଆପ୍‌କୁ ଗୁଗଲ୍‌ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ୍‌ କରି ପାରିବେ।

ସମ୍ବନ୍ଧିତ ଖବର