ଶାଶ୍ୱତ ଯୋଶୀ ପର୍ଯ୍ୟଟନର ବ୍ରାଣ୍ଡ୍‌ ପ୍ରମୋଟର

ଉଦୀୟମାନ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍‌ ପ୍ରମୋଟର ହୋଇଛନ୍ତି। ଦେଶରେ ବିଭିନ୍ନ ମେଟ୍ରୋ ଓ ଏୟାରପୋର୍ଟ ସମେତ ମେଟ୍ରୋ ଟ୍ରେନ୍‌ରେ ଶାଶ୍ୱତ ପର୍ଯ୍ୟଟନର ବ୍ରାଣ୍ଡ୍‌ ପ୍ରମୋଟର ପାଲଟିଛନ୍ତି। ଇକ୍କତ ଓ ସମ୍ବଲପୁରୀ ବେଶରେ ସଜେଇ ହୋଇ ଏକ ବିଶେଷ ମୁଦ୍ରାରେ ଦଣ୍ଡାୟମାନ ହୋଇଛନ୍ତି। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିବା ଶାଶ୍ୱତ ଓଡ଼ିଶାର ସଂସ୍କୃତି ଓ କଳା ପର୍ଯ୍ୟଟନର ପ୍ରଚାର ପ୍ରସାରରେ ଅଂଶୀଦାର ହୋଇପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର