ଜଳିଗଲା ଟୁରିଷ୍ଟ ବସ୍‌

ଭୁବନେଶ୍ୱର : ଗତ କିଛିଦିନ ତଳେ ରସୁଲଗଡ଼ ଅଞ୍ଚଳରେ ଥିବା ବନଦୁର୍ଗା ବସ୍ତିରେ ଅଗ୍ନିକାଣ୍ଡ ଯୋଗୁଁ ୨୫ ବଖର ଘର ଜଳିବାର ଘଟଣା ଲୋକଙ୍କ ମନରୁ ଯାଇ ନଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ସତ୍‌ସଙ୍ଗ ବିହାରେ ସମ୍ମୁଖରେ ଏକ ଟୁରିଷ୍ଟ ବସ୍‌ ଜଳି ଯିବା ରାଜଧାନୀବାସିଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।

ଶୁକ୍ରବାର ରାତି ପ୍ରାୟ ସାଢ଼େ ୧ଟା ସମୟରେ ଗାଡ଼ିଚାଳକ ବସ୍‌ଟି ସତ୍‌ସଙ୍ଗ ବିହାର ନିକଟ ରାସ୍ତା କଡ଼ରେ ପାର୍କିଂ କରି ଘରକୁ ପଳାଇଥିଲେ। ପାର୍କିଂ ହେବାର କିଛି ସମୟ ପରେ ହଠାତ୍‌ ବସରୁ ପ୍ରଚୁର ଧୂଆଁ ବାହାରି ଥିଲା। ବସରୁ ଧୂଆଁ ବାହାରୁଥିବା ଦେଖି ବାଟରେ ଯାଉଥିବା ଲୋକମାନେ ଭୟରେ ଆଗକୁ ଯାଇ ନଥିଲେ। କାଳେ ବସ୍‌ ଭିତରେ କେହି ରହିଥିବେ ଭାବି ଲୋକମାନେ ଚିତ୍କାର କରିଥିଲେ ହେଲେ କେହି କିଛି ଜବାବ ନଦେବାରୁ ଲୋକମାନେ ତୁରନ୍ତ ପୁଲିସ ଓ ଅଗ୍ନିଶମ ବିଭାଗକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ଧୂଆଁ ବାହାରିବାର କିଛି କ୍ଷଣ ମଧ୍ୟରେ ଗାଡ଼ିଟି ଜଳିବାକୁ ଲାଗିଥିଲା। ଫଳରେ ସେଠାରେ କିିଛି ସମୟ ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା। ଅଗ୍ନିଶମ ବିଭାଗର ୨ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲା। ସ୍ୱଭାଗ୍ୟ ବସତଃ ବସ୍‌ ଚାକଳ କିମ୍ବା ହେଲ୍ପର ବସ୍‌ରେ ନ ଶୋଇ ଘରକୁ ଚାଲିଯାଇଥିଲେ। ବସ୍‌ରେ କେହି ନଥିବାରୁ ଅଳ୍ପକେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା।କାରଣରୁ ବସ୍‌ରେ ଅଗ୍ନିକାଣ୍ଡ ଘଟିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। କିଏ ନିଆଁ ଲଗାଇ ଦେଇଛି? ନା ସଟ୍‌ ସାର୍କିଟରୁ ଅଗ୍ନିକାଣ୍ଡ ଘଟିଛି? ଏନେଇ ବସ୍‌ ମାଲିକଙ୍କ ଅଭିଯୋଗ ପରେ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅଳିଆ ନିଆଁରୁ ଜଳିଗଲା ୨୦ ଦୋକାନ

ଚନ୍ଦ୍ରଶେଖରପୁର : ଅଳିଆ ନିଆଁକୁ ଲିଭା ନଯାଇ ଖୋଲା ଛାଡ଼ିଦିଆଯାଇଥିବାରୁ ପବନରେ କୁହୁଳି ନିକଟରେ ଥିବା ଭେଣ୍ଡିଂଜୋନ୍‌ର ୨୦ ବଖରା ଦୋକାନକୁ ପୋଡ଼ି ଦେଇଛି। ଆଜି ମଧ୍ୟାହ୍ନରେ ଏମିତି ଅଘଟଣ ପଟିଆ ମ୍ୟାଗ୍‌ନେଟ୍‌ ଛକରେ। ଘଟଣା ଅନୁଯାୟୀ ଆଜି ଦିନ ପ୍ରାୟ ଦୁଇଟା ସମୟରେ ମ୍ୟାଗ୍‌ନେଟ ୍‌ଛକରେ ଥିବା ଏକ ଭେଣ୍ଡିଂ ଜୋନ୍‌ରେ ରହିଥିବା ମାଛ, ମୋବାଇଲ୍‌ ଫୋନ୍‌ ଓ ଖାଦ୍ୟ ଦୋକାନ ପଛପାଖରୁ ହଠାତ୍‌ ନିଆଁ ହୁ ହୁ ହୋଇ ବାହାରି ଥିଲା। ଏହା ଦେଖି ବ୍ୟବସାୟୀମାନେ ଦୋକାନ ଛାଡ଼ି ବାହାରକୁ ଚାଲିଆସିଥିଲେ। ପବନ ହେଉଥିବାରୁ ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ନିଆଁ ପାଖାପାଖି ସବୁ ଦୋକାନକୁ ବ୍ୟାପିଯାଇଥିଲା। ତୁରନ୍ତ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରର ୪ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିବା ଫଳରେ ସେଠାରେ ଥିବା ଅନ୍ୟ କିଛି ଦୋକାନ ଓ ସପିଂମଲ୍‌ ମଧ୍ୟ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଯାଇଥିଲା। ନିକଟରେ ଥିବା ଏକ ଅଳିଆ ଗଦାରେ ଲାଗିଥିବା ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଦମକଳ ବିଭାଗ ସୂଚନା ଦେଇଛି। ୨୫ରୁ ଊର୍ଧ୍ୱ ଅଗ୍ନିଶମ କର୍ମଚାରୀ ଏହି ନିଆଁ ଲିଭା ଘଟଣାରେ ସାମିଲ ଥିଲେ। ଏହି ଘଟଣାରେ ଲକ୍ଷାଧିକ ଟଙ୍କାର କ୍ଷୟ କ୍ଷତି ହୋଇଥିବା ଅନୁମାନ କରାଯାଉଛି। ନିକଟରେ ଡମଣା ଛକରେ ଥିବା ଏକ ସପିଂ ମଲ୍‌ରେ ନିଆଁ ଲାଗିଥିଲା। ତେବେ ଖରାଦିନ ଆସିଯାଇଥିବାବେଳେ ଏହିପରି ଘଟଣା ପ୍ରତି ସଚେତନ ରହିବାକୁ କୁହାଯାଇଛି।

ବାଇକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ବାଲିଅନ୍ତା : ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ସାହାବାଜ ଭୋଇସାହି ଓ ଗଡ଼କଣ୍ଟୁଣିଆ ରାସ୍ତା ମଧ୍ୟରେ ଗତକାଲି ସଂଧ୍ୟାରେ ଉକ୍ତ ସାହିର କିଛି ଉତ୍ୟକ୍ତ ଲୋକ ଏଠାରେ ରହୁଥିବା ଜଣେ ଭଡ଼ାଟିଆଙ୍କୁ ମାଡ଼ମାରି ତାଙ୍କର ଦାମୀ ବାଇକ୍‌ଟିକୁ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ପୋଡ଼ା ବାଇକ୍‌ଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି। ଶୁକ୍ରବାର ଅପରାହ୍ନରେ ସାହିର ଦୁଇଜଣ ଯୁବକ ବାଇକ୍‌ ନେଇ ଯାଉଥିବା ବେଳେ ଟ୍ରକ ସାଇଡ୍‌ ଦେବାକୁ ନେଇ ସେଠାରେ ତାଙ୍କର ଗାଡ଼ି ଚାଳକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଠାରେ ଘରଭଡ଼ା ନେଇ ରହୁଥିବା ଗଞ୍ଜାମ ଅଞ୍ଚଳର ପ୍ରବୀର ନାମକ ଅନ୍ୟଜଣେ ଯୁବକ ରାସ୍ତା ଅବରୋଧ କରି ଏମିତି ପାଟିତୁଣ୍ଡ କରିବାକୁ ଦୃଢ଼ ବିରୋଧ କରିଥିଲେ। ଏନେଇ ସେମାନଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ଓ ମାର୍‌ପିଟ ହୋଇଥିଲା। ଏଥିରେ ରାଗିଯାଇ ପ୍ରବୀର ବନ୍ଧୁକ ଧରି ଯୁବକ ଦ୍ୱୟଙ୍କୁ ଗୋଡ଼ାଇଥିଲେ। ଖବର ପାଇା ପରେ ଗ୍ରାମବାସୀମାନେ ତାଙ୍କୁ ମାଡ଼ମାରି ଗଣ୍ଡଗୋଳସ୍ଥଳରେ ଥିବା ତାଙ୍କର ବାଇକ୍‌ ପୋଡ଼ି ଦେଇଥିବା ଜଣାପଡ଼ିଛି । ପ୍ରବୀରଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସଂପୃକ୍ତ ଯୁବକମାନଙ୍କୁ ଥାନାକୁ ଡାକି ମଧ୍ୟ ପଚରାଉଚରା କରୁଛି ।

ସମ୍ବନ୍ଧିତ ଖବର