ପର୍ଯ୍ୟଟନସ୍ଥଳରେ ଭିଡ଼, ବଣଭୋଜି ଖାଁ ଖାଁ

ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଆଜି ଲୋକାରଣ୍ୟ ହୋଇଥିଲା। ଖଣ୍ଡଗିରି, ଉଦୟଗିରି, ଧଉଳିରେ ଆଜି ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ସୋମବାର ଥିବାରୁ ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଜନ ସମାଗମ ହୋଇଥିଲା। ଶାନ୍ତିସ୍ତୂପ ଧଉଳିରେ ପାଖାପାଖି ୨୦ ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ରବିବାର ବଣଭୋଜି ସ୍ଥଳ ଫାଙ୍କା ନ ଥିବା ବେଳେ ଆଜି ସୋମବାର ନିରାମିଷ ବାରି ଥିବାରୁ ଧଉଳି ଶାନ୍ତସ୍ତୂପ ପରିସରରେ ଥିବା ୧୦ଟି ପିଣ୍ଡିରୁ ୩ଟି ଫାଙ୍କା ପଡ଼ିଥିଲା। ଅନ୍ୟପକ୍ଷରେ ଆଜି ନନ୍ଦନକାନନ ବନ୍ଦ ଥିବାରୁ ପୁରୀ ବସ ସଂଘର ବସ୍‌ରେ ହଜାର ହଜାର ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବାକୁ ଆସିଥିବା ଜଣେ ଗାଇଡ୍ କହିଛନ୍ତି । ମଧ୍ୟାହ୍ନ ୧୨ଟା ସୁଦ୍ଧା ଶାନ୍ତିସ୍ତୂପରେ ପର୍ଯ୍ୟଟକମାନଙ୍କର ସେଭଳି ଭିଡ଼ ଜମି ନଥିବା ବେଳେ ଅପରାହ୍‌ଣରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଥିଲା। ଏଥିସହ ଜୟଦେବ ବାଟିକା ସମେତ ବିଭିନ୍ନ ପାର୍କରେ ଆଜି ପ୍ରବଳ ଜନ ସମାଗମ ହୋଇଥିଲା। ସନ୍ଧ୍ୟାରେ ଅନେକ ସିନେମା ହଲ୍‌ ମୁହାଁ ହୋଇଥିଲେ।

ସମ୍ବନ୍ଧିତ ଖବର