ଲୋକାରଣ୍ୟ ହେବ ପର୍ଯ୍ୟଟନସ୍ଥଳୀ

ଘଣ୍ଟା କଣ୍ଟାର ଏବେ ପ୍ରତିଟି ଟିକ୍‌ଟିକ୍‌ ଶବ୍ଦ ଛାତିର ଧକ୍‌ଧକ୍‌ ବେଗକୁ କ୍ଷୀପ୍ର କଲାଣି। ସୂର୍ଯ୍ୟ ଉଇଁବା ଆଗରୁ ନୂଆବର୍ଷକୁ ସ୍ୱାଗତ କରିବାକୁ ମନ ବ୍ୟାକୁଳ ହେଲାଣି। ଦିନକ ପରେ ସରିଯିବ ୨୦୧୭। ଅଲୋଡ଼ା ହୋଇଯିବ କାନ୍ଥରେ ଝୁଲୁଥିବା କ୍ୟାଲେଣ୍ଡର। ଗାଢ଼ ରାତିରେ ପାଦ ଥାପିବ ୨୦୧୮। ନୂଆ ବର୍ଷରେ ନୂଆ ସଂକଳ୍ପ ବାର୍ତାର ସୁଅ ଛୁଟିବ। ସଭିଙ୍କ ମୁହଁରୁ ଉତରିଆସିବ ‘ହାପି ନ୍ୟୁ ଇୟର’। ନୂଆବର୍ଷକୁ ନୂଆରୂପରେ ସ୍ୱାଗତ କରିବା ପାଇଁ ଜମିବ ମହା ଆଡ଼ମ୍ବର।

ଏଥର ବି ରେକର୍ଡ ରଚିବ ନନ୍ଦନକାନନ

ବୁଲାବୁଲି ପାଇଁ ପର୍ଯ୍ୟଟନସ୍ଥଳୀରେ ବି ପ୍ରବଳ ଭିଡ଼ ପରିଲକ୍ଷିତ ହେବ। ନନ୍ଦନକାନନ ପୂର୍ବବର୍ଷ ପର୍ଯଟକଙ୍କ ଆଗମନ ଦୃଷ୍ଟିରୁ ରେକର୍ଡ ରଚିଥିବା ବେଳେ ଚଳିତ ବର୍ଷ ବି ଅନ୍ୟ ଏକ ମାଇଲ୍‌ଖୁଣ୍ଟ ପାର୍‌ କରିବା ଅନୁମାନ କରାଯାଉଛି। ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଧଉଳି, ଖଣ୍ଡଗିରି, ଉଦୟଗିରି ଭଳି ସ୍ଥାନରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିବ।

ଦେଢ଼ ମାସ ଆଗରୁ ପିଣ୍ଡି ବୁକିଂ ସରିଛି

BeginnerToPro

ନୂଆବର୍ଷରେ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ୩୧ ତାରିଖକୁ ଯେମିତି ସବୁ ଯୋଜନା ଘୁଞ୍ଚି ଆସିଛି। ବାର ବି ଭଲ ପଡ଼ୁଛି। ଏଥର ନୂଆବର୍ଷ ପୂର୍ବଦିନ ରବିବାର ପଡ଼ୁଥିବା ବେଳେ ଆମିଷ ଭୋଜି ଖୁବ୍‌ ଜମିବ। ଏନେଇ ଶନିବାରଠୁ ଆମିଷ ହାଟ ସରଗରମ ହୋଇଛି। ଚିକେନ୍‌, ମାଛ, ମଟନ୍‌, ଚିଙ୍ଗୁଡ଼ି, କଙ୍କଡ଼ା ପାଇଁ ବେପାରୀଙ୍କୁ ବଇନା ଦିଆସରିଛି। ବଟାନିକାଲ୍‌ ଗାର୍ଡେନ୍‌ଠୁ ନେଇ ଜୟଦେବ ବାଟିକା ଯାଏଁ କେଉଁଠି ଗୋଟିଏ ବି ପିଣ୍ଡି ବାକି ନାହିଁ। ସବୁ ଦେଢ଼ ମାସ ଆଗବୁକ୍‌ ହୋଇ ସାରିଛି। ରାତି ପାଇବା କ୍ଷଣି ଶିଖରଚଣ୍ଡୀ, ଧଉଳି, ଜୟଦେବ ବାଟିକା, ଡେରାସ, ବଟାନିକାଲ୍‌ ଗାର୍ଡେନ୍‌ରେ ଭୋଜିଭାତ ପାଇଁ ଭିଡ଼ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର