ଚନ୍ଦକା-ଡମପଡା ଅଭୟାରଣ୍ୟରେ ଗଡ଼ିଲା ପର୍ଯ୍ୟଟକ ଭ୍ୟାନ୍

ବାରଙ୍ଗ: ଚନ୍ଦକା–ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ଆଜିଠାରୁ ପ୍ରଥମ କରି ଗଡ଼ିଛି ୪ଟି ପର୍ଯ୍ୟଟକ ଭ୍ୟାନ୍‌। ପ୍ରତି ଭ୍ୟାନ୍‌ରେ ରହିଛି ଆଠଟି ସିଟ୍। ଟିକେଟ ପିଛା ମୂଲ୍ୟ ୨ ଶହ ଟଙ୍କା ରଖାଯାଇଛି। ପୂର୍ବରୁ ପର୍ଯ୍ୟଟକମାନେ ପାଦରେ ଚାଲି ଚାଲି ଏକ କିଲୋମିଟର ମଧ୍ୟରେ ମନୋରମ ଦୃଶ୍ୟ ଉପଭୋଗ କରୁଥିଲେ। ଏଣିକି ଭ୍ୟାନ୍‌ରେ ବସି ୩୦ କିଲୋମିଟର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଝୁମୁକା, ଡେରାସ, ଚୂଡ଼ଙ୍ଗ ରାଣୀପୋଖରୀ ଓ ବଡ଼ପାଟର ଦୃଶ୍ୟ ସାଙ୍ଗକୁ ହରିଣ, ମିରିଗ, ଗାଡ଼ ଭାଲୁ, ବାରହା, ମୟୂର ପ୍ରଭୃତି ଜୀବଜନ୍ତୁଙ୍କୁ ଦେଖିପାରିବେ। ଏହି ମନୋରମ ଦୃଶ୍ୟକୁ ଦର୍ଶକେ ପ୍ରାୟ ୩ ଘଣ୍ଟା ଉପଭୋଗ କରିପାରିବେ। ଆଜି ଚନ୍ଦକାର ଗୋଡ଼ିବାରିଠାରେ ଏସିଏଫ୍ ହିମାଂଶୁ ମହାନ୍ତି ଏହି ପର୍ଯ୍ୟଟକ ଭ୍ୟାନ୍‌ଗୁଡ଼ିକର ଲୋକାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର