ଭୁବନେଶ୍ବର: ଲକ୍ଡାଉନ୍ କଟକଣା କୋହଳ ହେବା ପରେ ଟ୍ରାଫିକ୍ରେ ଭିଡ଼ ବଢ଼ିଛି। ତାଲାବନ୍ଦ କଟକଣାରେ ମାତିଥିବା ପୁଲିସ୍ ମଧ୍ୟ ଅନେକାଂଶରେ ଚାପମୁକ୍ତ ହୋଇଛି। ତେଣୁ ଆଜିଠାରୁ କମିସନରେଟ୍ ପୁଲିସ ପକ୍ଷରୁ ପୁଣିଥରେ ଉଲ୍ଲଙ୍ଘନକାରୀଙ୍କୁ ଧରପଗଡ଼ ଆରମ୍ଭ ହୋଇଯାଇଛି। ସହିଦନଗର ଥାନାର ବିଭିନ୍ନ ଅଞ୍ଚଳରେ ଆଜି ଚଢ଼ଉ ହୋଇଛି। ବିନା ମାସ୍କ, ବିନା ହେଲ୍ମେଟ୍, ତାଲାବନ୍ଦ ସମୟରେ ସାମାଜିକ ଦୂରତ୍ବ କଟକଣା ଉପରେ ଆଜି ଜୋରଦାର ଚଢ଼ଉ ହୋଇଛି। ଶନିବାର ପାଖାପାଖି ୧୦୩ଜଣ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଛି। ଆଗକୁ ଏହି ଚଢ଼ଉ ଜୋରଦାର ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତାଲାବନ୍ଦ ସମୟରେ ହେଲ୍ମେଟ୍, ସିଟ୍ବେଲ୍ଟ ବା ରଙ୍ଗ୍ରୁଟ୍ ଚାଳନା ଉପରେ ଗୁରୁତ୍ବ ଦିଆ ଯାଉ ନଥିଲା। ଫଳରେ ଅମାନିଆ ଚାଳକ ଖୋଲାଖୋଲି ଘୂରି ବୁଲୁଥିଲେ। ସାମାଜିକ ଦୂରତ୍ବ ରକ୍ଷା କରୁ ନ ଥିଲେ। ତାଲାବନ୍ଦ ସମୟରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ବାଇକ୍ରେ ଦୁଇଜଣ ବସିବା ବାରଣ କରାଯାଇଥିଲା। ହେଲେ ଏହାକୁ କେହି ମାନୁ ନ ଥିଲେ। ସେହିଭଳି ଯାଞ୍ଚ କଡ଼ାକଡ଼ି ହେଉ ନ ଥିବାରୁ କାର୍ରେ ମଧ୍ୟ ୪ଜଣ ଯାଉଥିଲେ। କିନ୍ତୁ ଶନିବାରଠାରୁ ଏଭଳି ଯାଞ୍ଚ କଡ଼ାକଡ଼ି କରାଯାଇଛି। ଟ୍ରାଫିକ୍ ସହ ଅନ୍ୟ ଥାନାଗୁଡ଼ିକ ମଧ୍ୟ ଆଗକୁ କଡ଼ାକଡ଼ି ଯାଞ୍ଚ କରିବେ ବୋଲି ସୂଚନା ମିଳିଛି।