ତୁଷାର ଜିମ୍‌ରୁ ୪୧ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ସ୍ଥାନୀୟ ନୂଆପଲ୍ଲୀ ଗଡ଼ସାହିସ୍ଥିତ ତୁଷାର ଜିମ୍ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛିି। ଏହି ଶିବିରରୁ ମୋଟ ୪୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଓଡ଼ିଶା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଏବଂ ଓଡ଼ିଶା ବଡି ବିଲ୍ଡର୍ସ ସଭାପତି ସୁମିତ୍ରା ତ୍ରିପାଠୀ ଓ ବିଜେପି ନୂଆପଲ୍ଲୀ ମଣ୍ଡଳ ସଭାପତି ଅସିତ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ତୁଷାର ଜିମ୍‌ର ସଭାପତି ଜିତେନ୍ଦ୍ର କୁମାର ଜେନା ଓ ସଂପାଦକ ବିବେକାନନ୍ଦ ବାରିକ ଶିବିର ପରିଚାଳନା କରିଥିଲେ। ଜ୍ଞାନରଂଜନ ଜେନା, ବିଷ୍ଣୁପ୍ରସାଦ ବେହେରା, ପୁପୁନ ଜେନା, ରଂଜିତ ଜେନା, ପୁପୁନ ବଳିଆରସିଂହ, ପ୍ରଶାନ୍ତ ମହାରଣା, ସୁନିଲ ନାଏକ, ଶୁକଦେବ ଦାସ, ମୃତ୍ୟୁଞ୍ଜୟ ମଲ୍ଲିକ ଓ ବିଚିତ୍ର କୁମାର ଜେନା ପ୍ରମୁଖ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡକ୍ଟର ଜୟଦୀପ ଘୋଷ ରକ୍ତଦାତାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଓ ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର