ଦୁଇ ସ୍ମାର୍ଟ ସିଟି କାର୍ଯ୍ୟ ତ୍ୱରାନ୍ଵିତ ହେବ

ବୋର୍ଡ ଅଫ୍‌ ଡାଇରେକ୍ଟରର୍ସକୁ ସୁଦୃଢ଼ କରାଯିବ

ଭୁବନେଶ୍ୱର : ରାଜ୍ୟର ଦୁଇଟି ଯାକ ସ୍ମାର୍ଟ ସିଟି ଭୁବନେଶ୍ୱର ଓ ରାଉରକେଲାର ବିଭିନ୍ନ କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସକୁ ସୁଦୃଢ଼ କରାଯିବ। ଦୁଇଟି ଯାକ ସ୍ମାର୍ଟ ସିଟି ପାଇଁ ଗଠନ ହୋଇଥିବା ଏସ୍‌ପିଭି ଯେପରି ଠିକ୍‌ ଭାବେ କାର୍ଯ୍ୟ କରିବ ଏବଂ ନିଷ୍ପତ୍ତି ନେବାରେ କୌଣସି ସମସ୍ୟା ନ ରହିବ ସେଥିପାଇଁ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସରେ ଖାଲିଥିବା ସମସ୍ତ ପଦବି ପୂରଣ କରାଯିବ। ଏହାସହିତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାରେ ଧିମେଇ ଯାଇଥିବା ସ୍ମାର୍ଟ ସିଟି ରାଉରକେଲା ପାଇଁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ସ୍ମାର୍ଟ ସିଟି ମିସନ୍‌ରେ ଗଠନ ହୋଇଥିବା ଏସ୍‌ପିଭିକୁ ସୁଦୃଢ଼ କରିବା ପାଇଁ ବୈଠକରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି ସେଥିମଧ୍ୟରୁ ପ୍ରମୁଖ ହେଲା, ସାମାଜିକ କ୍ଷେତ୍ରରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ଯେପରି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ ପର୍ଯ୍ୟଟନ, ହସ୍ତତନ୍ତ ଓ ବୟନଶିଳ୍ପ, ମହିଳା ଓ ଶିଶୁ ବିକାଶ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀମାନଙ୍କୁ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସରେ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯିବ। ବିଏମ୍‌ସି କମିସନର କ୍ରିଷନ କୁମାର ଏହି ଏସ୍‌ପିଭିରେ ବିଡିଏର ଉପାଧ୍ୟକ୍ଷ ଭାବେ ପରିଚାଳନା ନିର୍ଦ୍ଦେଶକ ଥିବାରୁ କମିସନରଙ୍କ ପ୍ରତିନିଧି ଭାବେ ବିଏମ୍‌ସିର ଜଣେ ଅଧିକାରୀଙ୍କୁ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସରେ ସାମିଲ୍‌ କରାଯାଇପାରିବ। ଏହାବାଦ୍‌ ଦୁଇଟି ଯାକ ସ୍ମାର୍ଟ ସିଟିର ଏସ୍‌ପିଭିରେ ସମସ୍ତ ସ୍ୱାଧୀନ ନିର୍ଦ୍ଦେଶକ ପଦବି ତୁରନ୍ତ ପୂରଣ କରିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ସ୍ମାର୍ଟ ସିଟିରେ ୧୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପୂର୍ବରୁ ନିୟମ ଥିବାବେଳେ ଏଥିରେ ପରିବର୍ତ୍ତନ କରାଯାଇଛି। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ଅନୁଯାୟୀ, ଏବେ ଏସ୍‌ପିଭି ସ୍ମାର୍ଟ ସିଟିର ସମସ୍ତ କାର୍ଯ୍ୟକୁ ଅନୁମୋଦନ କରିପାରିବ। ଏହାପରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇପାରେ ବୋଲି ନିଷ୍ପତ୍ତି ହୋଇଛି। ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ ହବ୍‌ ପାଇଁ ବିଡିଏର ଅଂଶଧନ ପୂର୍ବରୁ ୧୦୦% ଥିବାବେଳେ ଏବେ ଏହାକୁ ୨୬% କରାଯାଇଛି। ବିଡିଏ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଏସ୍‌ପିଭି ଗଠନ ହେବାକୁ ଥିବାବେଳେ ଏଥିରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ମୁଖ୍ୟ ବିତ୍ତ ଅଧିକାରୀଙ୍କୁ ବୋର୍ଡର ନିର୍ଦ୍ଦେଶକ ଭାବେ ରଖିବାକୁ କୁହାଯାଇଛି।

ଗୁଗୁଲ୍‌ ମ୍ୟାପ୍‌ରେ ରହିବ ବିଏମ୍‌ସି ଟଏଲେଟ୍‌ ସୂଚନା

ଭୁବନେଶ୍ୱର : ଯଦି ରାସ୍ତାରେ ଯାଉ ଯାଉ ଆପଣଙ୍କୁ ଝାଡ଼ା କି ପରିସ୍ରା ଲାଗିବ ତେବେ ଚିନ୍ତା କରିବାର ନାହିଁ। ପାଖରେ ଯଦି ସ୍ମାର୍ଟ ଫୋନ୍‌ ଅଛି ତେବେ ଗୁଗୁଲ୍‌ ମ୍ୟାପ୍‌ ଯାଇ ଟଏଲେଟ୍‌ ମାରିଦେଲେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଟଏଲେଟ୍‌ ତାଲିକା ଏବଂ ଏହାର ଦୂରତା ଆସିଯିବ। ଆଉ ସହଜରେ ଓ ସୁବିଧାରେ ନିକଟସ୍ଥ ଶୌଚାଳୟକୁ ଯାଇପାରିବେ। ଏହିଭଳି ଯୋଜନା ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ କ୍ୱାଲିଟି କାଉନସିଲ୍‌ ଅଫ୍‌ ଇଣ୍ଡିଆର ସହଯୋଗ ଲୋଡ଼ା ଯାଇଛି।

ଏବେ ବିଏମ୍‌ସିରେ ୩୩ଟି ପବ୍ଲିକ ଟଏଲେଟ୍‌ରେ ୩୪୬ଟି ସିଟ୍‌, ପ୍ରୋଜେକ୍ଟ ସମ୍ମାନରେ ୨୭ଟି ଟଏଲେଟ୍‌ରେ ୧୫୪ଟି ସିଟ୍‌, ୪୮ଟି କମ୍ୟୁନିଟି ଟଏଲେଟ୍‌ ୬୪୮ଟି ସିଟ୍‌, ପ୍ରୋଜେକ୍ଟ ସମ୍ମାନ କମ୍ୟୁନିଟି ଟଏଲେଟ୍‌ରେ ୨୬ଟି ଶୌଚାଳୟରେ ୧୬୪ଟି ସିଟ୍‌ ବିଶିଷ୍ଟ ଶୌଚାଳୟ ଅଛି। ଏହାବାଦ୍‌ ବିଭିନ୍ନ ପାର୍କ, ସରକାରୀ ବିଲଡିଂ, ସପିଂ କମ୍ପ୍ଲେକ୍ସ, ସରକାରୀ ହସ୍ପିଟାଲ, ରେଳ ଷ୍ଟେସନ, ବସ୍‌ ଟର୍ମିନାଲ, ବିଏମ୍‌ସି ଶୌଚାଳୟ ଏବଂ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଥିବା ଶୌଚାଳୟଗୁଡ଼ିକୁ ଏହି ମ୍ୟାପ୍‌ରେ ରଖାଯିବ।

କ୍ୱାଲିଟି କାଉନସିଲ୍‌ ଅଫ୍‌ ଇଣ୍ଡିଆର କୁଶଲ ଶ୍ରୀବାସ୍ତବଙ୍କ ସୂଚନା ଅନୁଯାୟୀ ଏବେ ପ୍ରତ୍ୟେକ ଓ୍ଵାର୍ଡ ଅନୁଯାୟୀ ଟଏଲେଟ୍‌ ତଥ୍ୟ ସଂଗ୍ରହ କରାଯିବ। ଏହାକୁ ‘କଲେକ୍ଟ’ ଆପ୍‌ ମଧ୍ୟରେ ସଂଗ୍ରହ କରାଯିବ। ଏଥିରେ କେଉଁ ଓ୍ଵାର୍ଡରେ କେତେ ଟଏଲେଟ୍‌, କେଉଁ ଶ୍ରେଣୀର ଟଏଲେଟ୍‌, ସବିଶେଷ ଠିକଣା, ପିନ୍‌ କୋଡ୍‌, ଖୋଲିବା ଏବଂ ବନ୍ଦ ହେବା ସମୟ, ପୁରୁଷଙ୍କ ପାଇଁ କି ମହିଳାଙ୍କ ପାଇଁ ଟଏଲେଟ୍‌ ଅଛି, ଟଏଲେଟ୍‌ ବ୍ୟବହାର ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ କି ମାଗଣା ବ୍ୟବହାର କରିହେବ ତା’ର ସବିଶେଷ ତଥ୍ୟ ରହିବ। ଏହାବାଦ୍‌ ଲୋକ ଶୌଚାଳୟ ବ୍ୟବହାର କରିବା ପରେ ଏହାର ମାନ ନେଇ ଅନଲାଇନ୍‌ରେ ଅଭିଯୋଗ କରିପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ପୂର୍ବରୁ ନୂଆଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, ଚେନ୍ନାଇ, ଇନ୍ଦୋର, ଭୋପାଳ ଏବଂ ବିଶାଖାପାଟଣାରେ ଏହି ଭଳି ଗୁଗୁଲ୍‌ ମ୍ୟାପ୍‌ ମାଧ୍ୟମରେ ଟଏଲେଟ୍‌ ସମ୍ବନ୍ଧରେ ସୂଚନା ମିଳୁଛି।

ରାଉରକେଲା ପାଇଁ ସ୍ୱତନ୍ତ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ପାଇବେ 

ସମ୍ବନ୍ଧିତ ଖବର