ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା , ୫ ଆହତ

ବାଲିଅନ୍ତା: ଭୁବନେଶ୍ୱର – ବାଲିପାଟଣା ମୁଖ୍ୟ ରାସ୍ତାର ପୂରଣ ଛକ ନିକଟରେ ଆଜି ସଂଧ୍ୟା ପ୍ରାୟ ୫ଟା ସମୟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିଛି । ଏଥିରେ ଘଟଣାସ୍ଥଳରେ ୫ ଜଣ ଆହାତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଗୋଟିଏ ବାଇକ୍‌ରେ ଯାଉଥିବା ୩ ଜଣ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଯୁବକମାନେ ହେଲେ ସ୍ଥାନୀୟ ହୀରାପୁର ଅଞ୍ଚଳର ସୁଦର୍ଶନ . ଅଭିଜିତ୍‌ ଓ ସୁବ୍ରତ ବେହେରା । ସେହିପରି ଅନ୍ୟ ଆହାତ ଦ୍ୱୟ ହେଲେ ଏକ ଦମ୍ପତ୍ତି ।  ସମସ୍ତଙ୍କୁ ଚିକିତ୍ସା ଲାଗି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଏସଂପର୍କରେ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିଛି ।

ସମ୍ବନ୍ଧିତ ଖବର