ଦୁଇ ବର୍ଷରେ ଭେଟିଦେବେ ୧୨ ଚଳଚ୍ଚିତ୍ର

ଏକାଠି ହେଲେ ୩ ପ୍ରଯୋଜନା ସଂସ୍ଥା

ଭୁବନେଶ୍ୱର: ଓଲିଉଡ୍‌ ଦୁନିଆକୁ ଉନ୍ନତମାନର ଚଳଚ୍ଚିତ୍ର ଭେଟିଦେବା ପାଇଁ ଏକାଠି ହୋଇଛନ୍ତି ୩ଟି ପ୍ରଯୋଜନା ସଂସ୍ଥା। ଅକ୍ଷୟ ପରିଜା ପ୍ରଡକ୍ସନ୍‌ସ ଭଳି ପ୍ରଯୋଜନା ସଂସ୍ଥା ସହ ଓଡ଼ିଶାର ନାମୀ ବିତରକ ସଂସ୍ଥା ପ୍ରକାଶ ଫିଲ୍ମ୍‌ସ ଏବଂ ଜି ସାର୍ଥକ ମିଳିତ ଭାବେ ଆସନ୍ତା ୨ ବର୍ଷରେ ୧୨ଟି ଗୁଣାତ୍ମକ ସିନେମା ଭେଟିଦେବାର ସଂକଳ୍ପ ନେଇଛନ୍ତି। ଆଜି ହୋଟେଲ୍‌ କ୍ରାଉନ୍‌ରେ ଅନୁଷ୍ଠିତ ଏକ ସମାରୋହରେ ଏହି ଘୋଷଣା ହୋଇଛି। ପ୍ରଯୋଜକ ଅକ୍ଷୟ ପରିଜା, ପ୍ରକାଶ ଫିଲ୍ମ୍‌ସର ପ୍ରଶାନ୍ତ ବେହେରା ଏବଂ ଜି-ସାର୍ଥକର ଭୂପେଶ ଶର୍ମା ଏ ସମ୍ପର୍କରେ ଆଜି ସୂଚନା ଦେଇଥିଲେ। ଏହି ଅବସରରେ ପ୍ରଥମ ଚଳଚ୍ଚିତ୍ର ଭାବେ ନିର୍ମିତ ହେବ ‘ଫୋର୍‌ ଇଡିଅଟ୍‌ସ’। ୪ ଇଡିଅଟ୍‌ ଭୂମିକାରେ ଆସିବେ ସବ୍ୟସାଚୀ, ଆକାଶ, ପପୁ ପମ୍‌ପମ୍‌ ଏବଂ କୁନା ତ୍ରିପାଠୀ। ତାଙ୍କ ବିପକ୍ଷରେ ନାୟିକା ସାଜିବେ ଏଲିନା, ଲିପ୍‌ସା, ପୁନମ୍‌ ଓ ଚାନ୍ଦିନୀ। ନିର୍ଦେଶକ ବସନ୍ତ ସାହୁ, ସହ ନିର୍ଦେଶନା ବସନ୍ତ ସାହୁ। ପ୍ରେମ୍‌ ଆନନ୍ଦ ସଂଗୀତ ନିର୍ଦେଶନା ଦେଉଥିବା ବେଳେ ସଂଳାପ ଲେଖିଛନ୍ତି ଡ.ରଜନୀ ରଂଜନ। ଚଳଚ୍ଚିତ୍ରଟି ଆସନ୍ତା ରଜରେ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି। ପିଙ୍କି ପ୍ରଧାନ ଏବଂ ସୁଲଗ୍ନା ରାଉତରାୟ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର