ବିରଳ ପ୍ରୋଷ୍ଟେଟ ଅସ୍ତ୍ରୋପଚାର

ଚନ୍ଦ୍ରଶେଖରପୁର:  ଗଣେଶ ଚନ୍ଦ୍ର ଭୌମିକ(୯୮) ନାମକ ଜଣେ ରୋଗୀ ପରିସ୍ରା ଜମା ହୋଇଥିବା ସମସ୍ୟା ନେଇ ବି.ଆର୍‌ ଲାଇଫ କଳିଙ୍ଗ ହସ୍ପିଟାଲକୁ ଆସିଥିଲେ। ପ୍ରାୟ ୨ ବର୍ଷ ହେବ ‌ସେ ଏହି  ରୋଗରେ ପୀଡ଼ିତ ଥିଲେ। ପରିସ୍ରା ଜମା ହେବା ପରେ ତାଙ୍କ ଶରୀରରୁ ଆବର୍ଜନା ନିଷ୍କାସନ ପାଇଁ ନଳୀର ବ୍ୟବହାର କରାଯାଉଥିଲା। ଚିକିତ୍ସା ଆଶାରେ ସେ ବହୁ ହସ୍ପିଟାଲ ଯାଇଥିଲେ ମଧ୍ୟ କିଛି ଫଳ ମିଳି ନଥିଲା। ଶେଷରେ କଳିଙ୍ଗ ହସ୍ପିଟାଲର ଡା. ବିଶ୍ୱଜିତ ନନ୍ଦଙ୍କ ସହ ପରାମର୍ଶ କରିବା ପରେ ତାଙ୍କର ସଫଳ ଭାବେ ପ୍ରୋଷ୍ଟେଟ ଅସ୍ତ୍ରୋପଚାର ହୋଇଛି। ଡା. ଶ୍ରୀ ନନ୍ଦ କହିଛନ୍ତି ଯେ ଭୌମିକଙ୍କ ସହିତ କଥା ହେବା ପରେ ଆମ୍ଭେ ଅନୁଭବ କରିଥିଲୁ କି ସେ ତୀବ୍ର ପରିସ୍ରା ଜମା ହେବା ସମସ୍ୟାରେ ପୀଡ଼ିତ ଥିଲେ। ଯାହା ପ୍ରୋଷ୍ଟେଟିକ ହାଇପରଲେସିଆରେ ନଳୀରେ ଅସୁବିଧା କାରଣରୁ ହୋଇଥାଏ। ଏହା ଏକ ବୟସଗତ ପ୍ରୋଷ୍ଟେଟ ବୃଦ୍ଧିକରଣ। ଯାହା ପ୍ରତ୍ୟେକ ବର୍ଷ ପ୍ରାୟ ୧୦ ମିଲିଅନ ଭାରତୀୟଙ୍କଠାରେ ଦେଖାଯାଏ।  କିନ୍ତୁ ବହୁ ଚିକିତ୍ସକ ରୋଗୀର ଅଧିକ ବୟସ କାରଣରୁ ଏଥିରେ ବିପଦ ଥିବାରୁ ଅସ୍ତ୍ରୋପଚାର ପାଇଁ ଇଚ୍ଛା ପ୍ରକାଶ କର ନଥାନ୍ତି। ପୁରୁଷଙ୍କ ବୟସ ବଢିବା ଅନୁସାରେ ବର୍ଦ୍ଧିତ ପ୍ରୋଷ୍ଟେଟ ଏକ ଖୁବ ସାଧାରଣ ଅସୁବିଧା ବୋଲି ଲକ୍ଷ୍ୟ କରାଯାଇଛି।  ସେ ଆହୁରି କହିଛନ୍ତି ଯେ ଏହା ଏପରି ଏକ ପରିସ୍ଥିତି ଯେଉଁଥିରେ ପ୍ରୋଷ୍ଟେଟ ଗ୍ରନ୍ଥି ଫୁଲିବା ଆରମ୍ଭ ହୋଇଥାଏ। ଗ୍ରନ୍ଥିର ପ୍ରକୃତ ଆକାର ପ୍ରାୟ ୨୦ ଗ୍ରାମ। ବୟସ ଅନୁସାରେ ପ୍ରାୟ ୭୫ ପ୍ରତିଶତ କ୍ଷେତ୍ରରେ ଏହା ବୃଦ୍ଧି ପାଇ ୬୦ ଗ୍ରାମ ପର୍ଯ୍ୟନ୍ତ ହୋଇଯାଏ। ସେହିପରି ୨୫ ପ୍ରତିଶତରୁ କମ କ୍ଷେତ୍ରରେ ଏହା ୬୦ ଗ୍ରାମରୁ ଅଧିକ ହୋଇଥାଏ। ଏହି ପରିସ୍ଥିତିରେ ପ୍ରୋଷ୍ଟେଟକୁ କାଢ଼ିବା ଆବଶ୍ୟକ ହୋଇଥିବା ବେଳେ  ବୟସ କାରଣରୁ ବହୁ ହସ୍ପିଟାଲ କର୍ତୃପକ୍ଷ ଏହା କରିବା ପାଇଁ ମନା କରିଥାନ୍ତି। ବର୍ଦ୍ଧିତ ପ୍ରୋଷ୍ଟେଟକୁ କଢ଼ିବା ପାଇଁ ଟ୍ରାନ୍ସୟୁଥେରାଲ ରିସେକ୍ସନ ପ୍ରୋଷ୍ଟେଟ (ଟିୟୁଆରପି) ପ୍ରକିୟାର ଅବଲମ୍ବନ କରାଯାଏ। ଏହି ପ୍ରକିୟାରେ ଭିଜୁଆଲ ଓ ସର୍ଜିକାଲ ଉପକରଣ ତଥା ରେଟେକ୍ଟୋସ୍କୋପକୁ ପେନିସର ଟିପରେ ୟୁଥେରା ପର୍ଯ୍ୟନ୍ତ ପ୍ରବେଶ କରାଯାଏ। ରେଟେକ୍ଟୋସ୍କୋପର ବ୍ୟବହାର କରି ପ୍ରୋଷ୍ଟେଟ ଟିସୁ ବ୍ଲକ ଥିବା ୟୁଥେରାକୁ ବାହାର କରି ପରିସ୍ରା ନିର୍ଗତ କରିବାରେ ସାହାଯ୍ୟ କରିଥାଏ।  ଏହି ପ୍ରକିୟା ଏଣ୍ଡୋସ୍କାପି ଦ୍ବାରା ହୁଏ। ରୋଗୀ ଶ୍ରୀ ଭୌମିକ କହିଛନ୍ତି ଯେ ୨ ବର୍ଷ ଧରି ଭୋଗୁଥିବା କଷ୍ଟ ଓ ଯନ୍ତ୍ରଣାରୁ ରକ୍ଷା ମିଳିଛି।  ଏଥିପାଇଁ ଡା. ଶ୍ରୀ ନନ୍ଦ ଓ ହସ୍ପିଟାଲର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୋ ପାଖରେ ଶବ୍ଦ ନାହିଁ।

ସମ୍ବନ୍ଧିତ ଖବର