ସିଙ୍ଗାପୁରରେ ଉତ୍କଳ ଦିବସ

ଭୁବନେଶ୍ୱର : ଓଡ଼ିଆ ସୋସାଇଟି ଅଫ ସିଙ୍ଗାପୁର (ଓଏସ୍‌ଏସ୍‌) ପକ୍ଷରୁ ସିଙ୍ଗାପୁରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ପାୟାଲେବାର ସିଙ୍ଗପୋଷ୍ଟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକା ଡ. ପ୍ରତିଭା ରାୟ, ସାଂସଦ ବୈଜୟନ୍ତ ପଣ୍ଡା, ସଂଗୀତଜ୍ଞ କ୍ରିଷ୍ଣା ବେଉରିଆ ଓ ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସଂଗୀତଜ୍ଞ କ୍ରିଷ୍ଣା ବେଉରିଆ ‘ଆହେ ନୀଳଶୈଳ’ ଗୀତ ଗାଇଥିଲେ। ଏହି ଅବସରରେ ସିଙ୍ଗାପୁରରେ ଓଡ଼ିଆ ସଂପ୍ରଦାୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୌମ୍ୟରଂଜନ ସିଂହଙ୍କୁ ‘ସିଙ୍ଗାପୁର ଓଡ଼ିଆ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର