ରାଜଧାନୀରେ ଉତ୍କଳ ଦିବସ, ସିଟିଜେନସ୍‌ ଫୋରମ୍ ଗ୍ରେଟର ଗାଡ଼କଣ

ସିଟିଜେନସ୍‌ ଫୋରମ୍ ଗ୍ରେଟର ଗାଡ଼କଣ

ଚନ୍ଦ୍ରଶେଖରପୁର: ସ୍ଥାନୀୟ ଗାଡ଼କଣ ଗୁରୁ କେଳୁଚରଣ ମହାପାତ୍ର ପାର୍କ ନିକଟରେ ସିଟିଜେନସ୍ ଫୋରମ୍ ଗ୍ରେଟର ଗାଡ଼କଣ ପକ୍ଷରୁ ୮୪ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି।  ଉତ୍ସବରେ ବରିଷ୍ଠ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷାଭିତ୍ତିକ ପ୍ରଥମ ପ୍ରଦେଶ ରୂପେ ଓଡ଼ିଶାର ଆବିର୍ଭାବ, ସଂଘର୍ଷ ଓ ସଫଳତାର ସୂଚନା ଦେବା ସହିତ ଏହାର ଗୌରବ ଗାରିମା ଅକ୍ଷୁଣ୍ଣ ରଖିବା ପାଇଁ ଆହ୍ବାନ ଦେଇଥିଲେ। ଫୋରମର ସଭାପତି ବିଶ୍ବର କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳୀୟ ମାହାତ୍ମ୍ୟ ବିଷୟରେ କହିଥିଲେ। ସ୍ଥାନୀୟ ପିଲାମାନଙ୍କ ଦ୍ବାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ମୁଖପତ୍ର ‘ଅଗ୍ରଗାମୀ’ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉତ୍ସବରେ ଫୋରମର ସଂପାଦକ ଅମୂଲ୍ୟ କୁମାର ଦାଶ, ପ୍ରଫେସର ସୁରେନ୍ଦ୍ର ମୋହନ ମିଶ୍ର, ଉପସଭାପତି ପ୍ରଦୀପ କୁମାର ଜେନା, ଅନୁସୟା ସାହୁ, ଶାରଦା ପଣ୍ଡା, ଯତୀନ୍ଦ୍ର ପ୍ରଧାନ, ସିଲାକେଶବ ପାତ୍ର, ରମେଶ ଚନ୍ଦ୍ର ସାହୁ, ଜଗବନ୍ଧୁ ପାଣି, ଡ. ସନ୍ତୋଷ ଆଚାର୍ଯ୍ୟ, ଡ. ବିଦ୍ୟାଧର ପାଢ଼ୀ, ଶିବାନୀ ମିଶ୍ର, ଶୁଭଙ୍କର ଦାସ, ରଶ୍ମିରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ଯୁବ ଉତ୍କଳ: ଯୁବ ଉତ୍କଳ ପକ୍ଷରୁ ଉତ୍କଳ ଦିବସ ପାଳନ ଅବସରରେ ‘ମୁଁ ଓଡ଼ିଆ’ କାର୍ଯ୍ୟକ୍ରମ ଜୟଦେବ ବିହାର ସ୍ଥିତ ପାଲ୍‌ ହାଇଟ୍‌ସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଆଭାନ ସାହାଣୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡି ପ୍ରକାଶ ରାଓ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଯୋଗ କୁଇନ୍‌ ପଦ୍ମଶ୍ରୀ ମହାନ୍ତି ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଦେବାଶିଷ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଡିଏଭି ୟୁନିଟ-୮: ଡିଏଭି ପବ୍ଲିକ୍‍ ସ୍କୁଲ୍‍ ୟୁନିଟ୍-୮ ପରିସରରେ ଉତ୍ସବର ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷୟିତ୍ରୀଗଣ ଦେଶାତ୍ମବୋଧକ ମିଳିତ କଣ୍ଠସଂଗୀତ ପରିବେଷଣ କରିଥିଲେ। ଛାତ୍ରୀ ସିଜଲ ଓ କର୍ମଣ୍ୟା ବକ୍ତବ୍ୟ ଓ କବିତା ଆବୃତ୍ତି କରିଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ‘ବନ୍ଦେ ଉତ୍କଳ ଜନନୀ’ ପ୍ରଦର୍ଶନ କରାଯାଇଥିଲା। ଉତ୍କଳ ଦିବସ ସଂପର୍କରେ ବିଦ୍ୟାଳୟର ଅଧ୍ୟକ୍ଷା ଈପ୍‍ସିତା ଦାସ ସମସ୍ତଙ୍କୁ ଉଦ୍‍ବୋଧନ ଦେଇଥିଲେ। କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ମୁଖ୍ୟ ଡଃ ଆରତି କର ପରିଚାଳନା କରିଥିଲେ। ଶରତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଖଣ୍ଡଗିରି ନୋଡାଲ ସ୍କୁଲ: ଖଣ୍ଡଗିରି ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁବାଳା ଖଣ୍ଡୁଆଳଙ୍କ ସଭାପତିତ୍ବ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଇ ଥିଲା।

ଉତ୍କଳ ସମ୍ମିଳନୀ: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୪ ବର୍ଷ ପୂର୍ତ୍ତି ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ୫୫ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ସମ୍ମିଳନୀର ସଭାପତି ପ୍ରଫେସର ଅଦ୍ବୈତ କୁମାର ପାତ୍ର, ଅନନ୍ତ ପ୍ରସାଦ ଜେନା, ଉଷାରାଣୀ ମହାନ୍ତି, ରାଜେନ୍ଦ୍ର ବିଶ୍ବାଳ, କମାଣ୍ଡର ନନ୍ଦକିଶୋର ସାମଲ, ଜୟକୃଷ୍ଣ ଦାସ, ମନୋଜ ଜେନା, ସଞ୍ଜୁଲତା ମହାନ୍ତି, ଆକୁଳି ସଂଗ୍ରାମ ସେଠୀ ଓ ନୀଳମାଧବ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ
ଭୁବନେଶ୍ବର: କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ବୁଦ୍ଧମନ୍ଦିରଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ସୁବାର୍ତ୍ତାର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇଥିଲେ। କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମାଜସେବୀ ହରପ୍ରସାଦ ମହାପାତ୍ର, ସ୍ବେଚ୍ଛ‌ାକୃତ ଭାବେ ଅଙ୍ଗଦାନର ନିଷ୍ପତ୍ତି ନେଇଥିବା ସୁପ୍ରିୟା ମହାପାତ୍ର, ‘ଆଶାଏଁ’ ଅନୁଷ୍ଠାନର ଅଧ୍ୟକ୍ଷ ରତ୍ନାକର ସାହୁ ଓ ‘ପ୍ରତିଭା’ ଅନାଥ‌ାଶ୍ରମର ପ୍ରତିଷ୍ଠାତା ଏମ୍‌.ଡି ଜାହିରଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା। କଣ୍ଠଶିଳ୍ପୀ ସୁଶାନ୍ତ ପଣ୍ଡା, ହରପ୍ରିୟା ସ୍ବାଇଁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥି‌େଲ। ସଂପାଦକ ଚିତ୍ତରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜ୍ଞାନନନ୍ଦ ସାଗର ମଞ୍ଚ ସଂଯୋଜନା କରିଥିଲେ। ‘କାପୋକ’ର ସଦସ୍ୟ ଦିଲ୍ଲୀପ ନାୟକ, ରଘୁନାଥ ପଟ୍ଟନାୟକ, ସୁବ୍ରତ ପାଇକରାୟ, ସୁବାସ ସୁନ୍ଦରାୟ, ରଶ୍ମିରଞ୍ଜନ ଶ୍ରୀଚନ୍ଦନ, ଲଲାଟ ସାହୁ, ମାନସ ରଥ, ପ୍ରଦୀପ ମହାନ୍ତି, ବିଶ୍ୱରଂଜନ ପାଇକରାୟ, ମିଥୁନ, ସବ୍ୟସାଚୀ ପାଇକରାୟ ଓ ସଂଘମିତ୍ରା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର