କମିସନରେଟ୍ ପୁଲିସର ସିଲ୍ ନୋଟିସ୍ ପରେ ଉତ୍କଳ-କନିକା ଗ୍ୟାଲେରିଆ ମଲକୁ ବନ୍ଦ ରଖିଲେ କର୍ତ୍ତୃପକ୍ଷ

ଭୁବନେଶ୍ବର: ଭୁବନେଶ୍ୱର କଳ୍ପନା ଛକରେ ଥିବା ଉତ୍କଳ କନିକା ଗାଲେରିଆ ସପିଙ୍ଗ ମଲକୁ ୧୪୪ଧାରା  ଆଧାରରେ ସିଲ୍ କରିବାକୁ ନୋଟିସ୍ କରିଥିଲା କମିସନରେଟ୍ ପୁଲିସ । ଏହା ପୂର୍ବରୁ ମଲ୍ ମାଲିକ ସପିଙ୍ଗ ମଲକୁ ନିଜ ଆଡୁ ବନ୍ଦ କରି ଦେଇଥିବା ସୂଚନା ରହିଛି । ମଲର ଫାୟାର ସେଫ୍ଟି ସାର୍ଟିଫିକେଟ୍ ଏବଂ ପାର୍କିଙ୍ଗ ବ୍ୟବସ୍ଥା ନ ଥିବାରୁ ଏହାକୁ ସିଲ୍ କରାଯାଇଥିବା କୁହାଯାଇଛି ।

ଅନ୍ୟ ପକ୍ଷରେ ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ପ୍ରାୟ ୨୦୦ମିଟର ସରକାରୀ ଜମି ଜବରଦଖଲ କରି ସୌନ୍ଦର୍ଯ୍ୟକରଣ କରିଥିଲେ ହେଁ ଏହାକୁ ଭାଙ୍ଗିବାକୁ କେହି ସାହସ କରୁନାହାନ୍ତି। ବିଏମ୍‌ସି, ବିଡିଏ ଓ କମିସନରେଟ୍ ପୁଲିସର ମିଳିତ ଉଚ୍ଛେଦକାରୀ ଟିମ୍  କ୍ୟାବିନ୍ ଓ ଚାଳିଆ ଦୋକାନ ଉଚ୍ଛେଦ କରୁଥି‌ଲେ ହେଁ ଏହି ମଲ୍‌ର ଜବରଦଖଲ ପ୍ରତି ଆଖି ବୁଜି ଦେଇଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ଅନ୍ୟପଟେ ମଲର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ମଲର ଫାୟାର ସେଫଟି୍ ସାର୍ଟିଫିକେଟ୍ ଏବଂ ପାର୍କିଙ୍ଗ ଠିକ୍ ରହିଛି । ଖୁବଶୀଘ୍ର ମଲ୍ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର