ଦରମା ଅସଙ୍ଗତିକୁ ଅଧ୍ୟାପକଙ୍କ ପ୍ରତିବାଦ

ପିନ୍ଧିଲେ କଳାବ୍ୟାଜ୍‌

ଭୁବନେଶ୍ୱର:ଦୀର୍ଘ ଦିନ ହେବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ସରକାରଙ୍କୁ ସେମାନଙ୍କର ଦାବିପତ୍ର ପ୍ରଦାନ କରିଛନ୍ତି। ସପ୍ତମ ୟୁଜିସି ବେତନ ସଂଶୋଧନ ପାଇଁ ଫିଟମେଣ୍ଟ କମିଟି ଗଠନ ହୋଇଥିଲେ ମଧ୍ୟ ବୈଠକ ବସୁନାହିଁ। ଷଷ୍ଠ ବେତନ ହାରରେ ବିଭିନ୍ନ ଅସଙ୍ଗତି ଦୂର ସହ ରାଜ୍ୟସ୍ତରୀୟ ହାରରେ ଦରମା ପାଉଥିବା ଅଧ୍ୟାପକମାନଙ୍କୁ ୟୁଜିସି ଦରମା ହାର ପ୍ରଦାନ, ଅବସର ବୟସ ସୀମା ୬୫କୁ ବୃଦ୍ଧି, ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଧ୍ୟାପକଙ୍କ ପରାମର୍ଶ ଗ୍ରହଣ କରିବା ପ୍ରଭୃତି ଦାବିରେ ସରକାର ନିରବ ରହିଥିବାରୁ ଅଧ୍ୟାପକମାନେ ପ୍ରତିବାଦ କରିଛନ୍ତି। କଳା ବ୍ୟାଜ୍‌ ପରିଧାନ କରି କାର୍ଯ୍ୟ କରୁଥିବା ବେଳେ ଆସନ୍ତା ୧୧ ତାରିଖରେ ମହାମବତୀ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅଧ୍ୟାପକମାନେ ନିରବ ପ୍ରତିବାଦ କରିଛନ୍ତି। କେତେକ ଅବସରପ୍ରାପ୍ତ ଅଧ୍ୟାପକଙ୍କ ସମେତ ସନ୍ତୋଷ ତ୍ରିପାଠୀ, ରବି ରାୟ, କୁଞ୍ଜବିହାରୀ ପଣ୍ଡା, ମାନସ ବେହେରା, ଅକ୍ଷୟ ମହାପାତ୍ର, ଅଜିତ ନାୟକ, ସର୍ବନାରାୟଣ ମିଶ୍ର, କମଳା ପ୍ରସାଦ ମହାପାତ୍ର, ନିରଞ୍ଜନ ପାଢୀ, ଉମାକାନ୍ତ ପାତ୍ର, ସୁନୀଲ ରଥ ପ୍ରମୁଖ ନିରବ ପ୍ରତିବାଦରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର