ରକ୍ତଦାନ କରି ଭାଲେଣ୍ଟାଇନ୍‌ ଡେ ପାଳନ କଲା ‘ହମ୍‌ ହେ’

ଆମ ଓଡ଼ିଶା ରକ୍ତଦାନ ଶିବିର

ଭୁବନେଶ୍ୱର: ଲାଲ ଗୋଲାପ ନୁହେଁ, ଚକୋଲେଟ୍‌ ଅବା ଟେଡ଼ି ବିଅର୍‌ ନୁହେଁ। ନିଜ ଶରୀରରୁ ରକ୍ତଦେଇ ଅନ୍ୟର ହୃଦୟକୁ ଛୁଇଁବାର ପ୍ରୟାସ କରିଛନ୍ତି ଭୁବନେଶ୍ୱରର ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହମ୍‌ ହେ’ର ସଦସ୍ୟ ଓ ସଦସ୍ୟା। ପୂର୍ବବର୍ଷମାନଙ୍କ ପରି ଭାଲେଣ୍ଟାଇନ୍‌ ସପ୍ତାହ ପାଳନ ଅବସରରେ ‘ହମ୍‌ ହେ’ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଆଜି ଏକ ସ୍ୱେଚ୍ଛା ରକ୍ତଦାନ ଶିବିର ସ୍ଥାନୀୟ ୟୁନିଟ୍‌ ୩, ଖାରବେଳ ନଗରସ୍ଥିତ ‘ଆମ ଓଡ଼ିଶା’ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ହମ୍‌ ହେ’ ଟିମ୍‌ର ପ୍ରତିଷ୍ଠାତା ଦେବେଶ ଦିବ୍ୟଦର୍ଶନଙ୍କ ସଂଯୋଜନାରେ ଏହି ଶିବିରଟି ଅନୁଷ୍ଠିତ ହୋଇଥିଲ। ଶିବିରରେ ‘ଆମ ଓଡ଼ିଶା’ର ସାଧାରଣ ସଂପାଦକ ସ୍ୱରାଜ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ‘ହମ୍‌ ମେ’ ପକ୍ଷରୁ ଶୁଭମ୍‌ ବିନ୍ଧାଣି, ମନୀଷ କୁମାର ସ୍ୱାଇଁ, ସମ୍ବିତ ମହଲା, ଅଭିଷେକ ଚୌତନ୍ୟ, ଆୟୁଷ, ବିପିନ୍‌, ସାର୍ଥକ ଓ ବଳରାମ ଶିବିର ପରିଚାଳନା କରିଥିଲେ। ପ୍ରଭ୍‌ଦ୍ଵୀପ୍‌, ସୌମ୍ୟା, ଆଶା, ପ୍ରୀତି ଓ ପ୍ରିୟା ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ମୋଟ ୨୪ ଜଣ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଏହି ଅବସରରେ ‘ଆମ ଓଡ଼ିଶା’ ରକ୍ତଦାତା କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତ୍ୟେକ ବର୍ଷ ରକ୍ତଦାନ ଶିବିର ଆୟୋଜନ କରୁଥିବାରୁ ‘ହମ୍‌ ହେ’ ଟିମ୍‌କୁ ‘ଆମ ଓଡ଼ିଶା’ର ସଂପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର