ଭୁବନେଶ୍ବର,: ୟୁନିଟ୍-୮ସ୍ଥିତ ଜନଗହଳିପୂର୍ଣ୍ଣ ଏଚ୍ଡିଏଫସି ବ୍ୟାଙ୍କ ନିକଟରେ ଜଣେ ସିଆରପିଏଫ୍ ମହିଳା ଅଧିକାରୀଙ୍କଠାରୁ ଦୁର୍ବୃତ୍ତ ଭ୍ୟାନିଟ୍ ଝାମ୍ପି ନେଇଛନ୍ତି। ମହିଳା ଜଣକ ହେଉଛନ୍ତି ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ସୁଦର୍ଶନ ବେହେରାଙ୍କ ପତ୍ନୀ ବନଲତା ଦାସ। ସେ ଭୁବନେଶ୍ବର ସିଆରପିଏଫ୍ କମ୍ପୋଜିଟ୍ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ। ଭ୍ୟାନିଟ୍ରେ ୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ସମେତ ହସ୍ପିଟାଲର କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗର ଚାବି ଓ ଦାମିକା ମୋବାଇଲ ଥିଲା। ଏ ନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ରାତି ପ୍ରାୟ ୮ଟାରେ ବନଲତା ତାଙ୍କର ୟୁନିଟ୍ ୮ ସ୍ଥିତ ଭଡ଼ାଘରୁ ଏକ ଅଟୋରେ ୟୁନିଟ୍-୧ ଯାଉଥିଲେ। ଏଚ୍ଡିଏଫ୍ସି ବ୍ୟାଙ୍କ ନିକଟରେ ପଛପଟୁ ବାଇକ୍ରେ ଦୁଇଜଣ ଯୁବକ ତାଙ୍କ ଭ୍ୟାନିଟ୍ ଝାମ୍ପି ନେଇ ପଳାଇଥିଲେ। ପଛରେ ଆସୁଥିବା ଦୁଇଜଣ ଯୁବକ ଲୁଟେରାଙ୍କୁ କିଛି ବାଟ ଗୋଡ଼ାଇଥିଲେ ମଧ୍ୟ ସେମାନଙ୍କୁ କାବୁ କରିପାରି ନଥିଲେ।
ସିଆରପିଏଫ୍ ମହିଳା ଅଧିକାରୀଙ୍କ ଠାରୁ ଝାମ୍ପିନେଲେ ଭ୍ୟାନିଟ୍
/sambad/media/post_attachments/wp-content/uploads/2019/04/Untitled-24-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)