ପିକକ୍‌ ପକ୍ଷରୁ ଜିଲ୍ଲାସ୍ତରୀୟ ମହିଳା ହିଂସା ବିରୋଧୀ କର୍ମଶାଳା

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିକକ୍‌’ ଓ ‘ଦି ହଙ୍ଗର ପ୍ରୋଜେକ୍ଟ’ ପକ୍ଷରୁ ଜିଲ୍ଲାସ୍ତରୀୟ ମହିଳା ହିଂସା ବିରୋଧୀ କର୍ମଶାଳା ଉଦ୍‌ଯାପିତ ହେଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବୋଲଗଡ଼ ବ୍ଲକରୁ ଏହି ଅଭିଯାନ ଆରମ୍ଭ ହୋଇ ଭୁବନେଶ୍ୱରର ରୋଟାରି ଭବନଠାରେ ଆଜି ଉଦ୍‌ଯାପିତ ହୋଇଛି ।

ପିକକ୍‌ର ଅଧ୍ୟକ୍ଷା ଆଦରମଣୀ ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କର୍ମଶାଳାରେ ଖୋର୍ଧା ଉପଜିଲ୍ଲାପାଳ ମାନସ ରଂଜନ ସାମଲ, ରାଜ୍ୟ ନିର୍ବାଚନ ଆୟୋଗ ବରିଷ୍ଠ ଅଧିକାରୀ ଅଶୋକ କୁମାର ଦାଶ, ମହିଳା କମିସନର ସଦସ୍ୟା ସ୍ନେହାଳି ମହାନ୍ତି ଓ ଖୋର୍ଧା ଜିଲ୍ଲା ସୁରକ୍ଷା ଅଧିକାରୀ ରଶ୍ମିପ୍ରଭା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ସୁସ୍ଥ ସମାଜ ଗଠନରେ ମହିଳା ଓ ଶିଶୁ ବିକାଶର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଏହା ସେତେବେଳେ ଯାଇ ସମ୍ଭବ ଯେତେବେଳେ ସମାଜରୁ ମହିଳା ବିରୋଧୀ ହିଂସାର ମୂଳୋତ୍ପାଟନ ହୋଇପାରିବ। ଏଥିପାଇଁ ମହିଳା ଓ ସମାଜର ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ସହ ସ୍ୱର ଉତ୍ତୋଳନ କରିଶିଖିବା ଉଚିତ୍‌ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ପିକକ୍‌ର ସଂପାଦକ ରଂଜନ କୁମାର ମହାନ୍ତି ଉପସ୍ଥିତ ଥିଲେ। ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପିକକର କୋଷାଧ୍ୟକ୍ଷା ରତ୍ନା ଦାଶ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର