‘ଶିକ୍ଷା ନିମନ୍ତେ ଭୋଟ ଅଭିଯାନ’

ଭୁବନେଶ୍ବର : ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ଶିକ୍ଷା ଅଧିକାର ଫୋରମ ଏବ˚ କେତେକ ସାମାଜିକ ଅନୁଷ୍ଠାନଙ୍କ ମିଳିତ ଉଦ୍ୟମରେ ‘ଶିକ୍ଷା ନିମନ୍ତେ ଭୋଟ ଅଭିଯାନ’ କାର୍ଯ୍ୟକ୍ରମ ଆଜି ହୋଟେଲ ସୂର୍ଯ୍ୟା˚ଶରେ ଅନୁଷ୍ଠିତ ହୋଇଯାଇଛି। ଅଭିଯାନର ମୂଳଲକ୍ଷ୍ୟ  ବିଭିନ୍ନ ବର୍ଗଙ୍କୁ ଶିକ୍ଷାର ବିକାଶ ନିମନ୍ତେ ସଚେତନ ସୃଷ୍ଟି କରିବା। ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ଭେଦଭାବରହିତ ସମସ୍ତଙ୍କ ପାଇଁ ମୁକ୍ତ, ଗୁଣାତ୍ମକ ଏବ˚ ସମାନ ପ୍ରକାର ଶିକ୍ଷା ବ୍ୟବସ୍ଥା ପ୍ରଦାନ କରିବା। ଶିକ୍ଷା ଅଧିକାର ଆଇନ ୨୦୦୯ରେ ୦-୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରିବା, ଅନୁସୂଚିତ ଜନଜାତି, ଜାତି ତଥା ପଛୁଆ ବର୍ଗର ଶିକ୍ଷକମାନଙ୍କୁ ଉପଯୁକ୍ତ ଭାବେ ସେମାନଙ୍କର ସାମର୍ଥ୍ୟ ବିକାଶ ଦିଗରେ ପଦକ୍ଷେପ ନେବା। ମାତୃଭାଷା ଆଧାରିତ ଶିକ୍ଷା  ସଠିକ  ରୂପେ କାର୍ଯ୍ୟକାରୀ ହେବ, ସେଥିପ୍ରତି ଗୁରୁତ୍ବ ଦେବା ଆଦି ଏହାର ଲକ୍ଷ୍ୟ। ଏଥିସହ ଶିକ୍ଷା ବଜେଟ୍‌ରେ ଶତକଡ଼ା ୨୩ ଭାଗ ଖର୍ଚ୍ଚ ମାତୃଭାଷା ଆଧାରିତ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେବା। ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷା ନିମନ୍ତେ ଯଥେଷ୍ଟ ସମ୍ବଳ ଯୋଗାଇବା। ଶିକ୍ଷଣ ସାମଗ୍ରୀ ଏବ˚ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଆଦିକୁ ଯଥେଷ୍ଟ ପରିମାଣରେ ଯୋଗାଇବା। ଦେଶାନ୍ତର ହେଉଥିବା ପରିବାରର ଶିଶୁମାନଙ୍କ ନିମନ୍ତେ ସ୍ବତନ୍ତ୍ର ଭାବରେ ଶିକ୍ଷା ବ୍ୟବସ୍ଥା କରିବା ଏବ˚ ଯଥେଷ୍ଟ ଅନୁଦାନ ବ୍ୟବସ୍ଥା କରିବା। ବେସରକାରୀ ସ୍କୁଲକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟସ୍ତରରେ ନୀତି ପ୍ରଣୟନ କରିବା ଓ ତଦାରଖ କରିବା। ଶିଶୁ ଶ୍ରମିକ ଉଚ୍ଛେଦ କରିବା, ଶିଶୁମାନେ ଯେପରି ଶିକ୍ଷାର ସୁଯୋଗ ପାଇବେ ତାହାର ସୁରକ୍ଷା ଯୋଗାଇବା। ରାଜ୍ୟ ବଜେଟର ଶତକଡ଼ା ୨୫ ଭାଗ ଶିକ୍ଷା ନିମନ୍ତେ ବ୍ୟବସ୍ଥା କରିବା ଆଦି ଦିଗକୁ ନେଇ ଆଲୋଚନା କରାଯାଇଥିଲା।

ତେବେ ପ୍ରାଥମିକ ପର୍ଯ୍ୟାୟରେ ୭ଟି ଲୋକସଭା ଅଞ୍ଚଳ ଏବ˚ ୮ଟି ଜିଲ୍ଲାରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା। ରାଜନୈତିକ ଦଳଗୁଡ଼ିକ ଯେପରି ନିଜ ନିର୍ବାଚନୀ ଇସ୍ତାହାରରେ ଶିକ୍ଷାକୁ ଗୁରୁତ୍ବ ଦେବେ, ସେଥିପାଇଁ ଦଳଗୁଡ଼ିକୁ ପ୍ରବର୍ତ୍ତାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ତୃଣମୂଳସ୍ତରରେ ଭୋଟର୍‌ଙ୍କୁ ସଚେତନ କରିବା ଏବ˚ ବିଭିନ୍ନ ବର୍ଗ ଯେପରି ଶିକ୍ଷା ଅଧିକାର ନିମନ୍ତେ ସଚେତନ ହେବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ତେବେ ନିର୍ବାଚନ ପରେ ଏହି ପ୍ରତିଶ୍ରୁତିକୁ କିଭଳି କାର୍ଯ୍ୟକାରୀ କରାଯିବ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର