ହ୍ବିଲ ଚେୟାରରେ ଆସି ‌‌‌ଭୋଟ୍‌ ଦେଲେ ପ୍ରାର୍ଥୀ

ପୁରୁଣା ଭୁବନେଶ୍ବର: ଏକାମ୍ର ନିର୍ବାଚମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ  ଭୀଷ୍ମ ନାରାୟଣ ନାୟକ ଆଜି ଅପରାହ୍‌ଣ ୪ଟା ବେଳେ ହ୍ବିଲ ଚେୟାରରେ ଆସି ଭୋଟ ଦେଇଛନ୍ତି। ସେ ନିଜ ସମର୍ଥକଙ୍କ ସହ ଭକ୍ତମଧୁ ଉଚ୍ଚ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ରର ୧୫୪ନଂ. ବୁଥ୍‌କୁ ଆସି ଭୋଟ ଦେଇଥିଲେ। ଗତକାଲି ଛୁରା ମାଡ଼ରେ ଆହତ ଭୀଷ୍ମ ନାରାୟଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେଠାରୁ ସେ ଆମ୍ବୁଲାନ୍ସ ଯୋଗେ ଆସି ହ୍ବିଲ ଚେୟାରରେ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇଥିଲେ।

ସମ୍ବନ୍ଧିତ ଖବର