ଭୁବନେଶ୍ୱର: ପାର୍କକୁ ସକାଳ ଓ ସନ୍ଧ୍ୟାରେ ଲୋକମାନେ ବୁଲିବା ପାଇଁ ଆସିଥା’ନ୍ତି। ପାର୍କକୁ ଆହୁରି ସ୍ମାର୍ଟ କରି ଲୋକମାନଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ଏହାକୁ ବିଭିନ୍ନ ରଙ୍ଗବେରଙ୍ଗ ଚିତ୍ରରେ ଚିତ୍ରିିତ କରାଯାଉଛି। ସେଥିପାଇଁ ବକୁଲ ଫାଉଣ୍ଡୋସନ୍ ପକ୍ଷରୁ ସହିଦନଗରସ୍ଥିତ ବିଡିଏ ସ୍ମାର୍ଟ ପାର୍କଠାରେ ଗତକାଲିଠାରୁ ଓ୍ଵାଲ୍ ପେଣ୍ଟିଂ କରାଯାଉଛି। ଏହି ପାର୍କକୁ ପବ୍ଲିକ ଆର୍ଟ ଗ୍ୟାଲେରି ଭାବେ ତିଆରି କରିବାକୁ ଚିନ୍ତା କରି ଏହାର ପ୍ୟାନେଲଗୁଡ଼ିକୁ ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ରରେ ସଜ୍ଜିତ କରାଯାଇଛି। ଗତକାଲି ୧୨ଜଣ ଚିତ୍ରକର ଚିତ୍ର ଆଙ୍କଥିବା ବେଳେ ଆଜି ସାଧାରଣ ଲୋକମାନଙ୍କ ସହ ଅନ୍ୟ କାନ୍ଥଗୁଡ଼ିକ ଚିତ୍ରିତ କରାଯାଇଥିଲା। ୫୦ରୁ ଅଧିକ ଲୋକ ଏଥିରେ ଭାଗ ନେଇଥିଲେ। ଏହି କାନ୍ଥରେ କେଉଁଠି ପ୍ଲୋରା ଡିଜାଇନ ଓ ମୁଗଲ ମିନିଏଚର ଆର୍ଟ ଚିତ୍ରିତ ହୋଇଥିବା ବେଳେ କେଉଁଠି ପକ୍ଷୀମାନଙ୍କୁ ନେଇ ପେଣ୍ଟିଂ କରାଯାଇଛି। କେଉଁଠି ପ୍ରକୃତିର ସମସ୍ତ ଆଶ୍ଚର୍ଯ୍ୟ ଜିନିଷ ରଙ୍ଗ ଓ ତୂଳୀରେ ଜୀବନ୍ତ ହୋଇଥିବା ବେଳେ କେଉଁଠି ସୂର୍ଯ୍ୟ ଅସ୍ତ ହେବାର ଦୃଶ୍ୟ ଦେଖାଯାଇଛି। ବକୁଲ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସ୍ମାର୍ଟ ପାର୍କରେ ପ୍ରାକୃତିକ ଦୃଶ୍ୟକୁ ନେଇ ଓ୍ଵାଲ୍ ପେଣ୍ଟିଂ
/sambad/media/post_attachments/wp-content/uploads/2018/05/m10-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)