ନନ୍ଦନକାନନରେ ଜଳହସ୍ତୀ ଶାବକର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ନମ୍ବର ଖୁଆଡ଼ ମଧ୍ୟରେ ଗତ ୧୦ ତାରିଖରେ ଜନ୍ମ ଲାଭ କରିଥିବା ଜଳହସ୍ତୀ ଶାବକଟିର ଆଜି ମୃତ୍ୟୁ ହୋଇଛି। ଖୁଆଡ଼ ମଧ୍ୟରେ ରହୁଥିବା ଏକ ପୁରୁଷ ଜଳହସ୍ତୀ ତାକୁ ଆକ୍ରମଣ କରିବାରୁ ତା’ର ମୃତ୍ୟୁ ହୋଇଥିବା କର୍ମଚାରୀମାନେ କହିଛନ୍ତି। ମଲା ଛୁଆଟିକୁ ମା’ ଓ ଅନ୍ୟ ଜଳହସ୍ତୀମାନଙ୍କଠାରୁ ଅଲଗା କରି କାଢ଼ି ନିଆଯିବା ପରେ ପୋତି ଦିଆଯାଇଛି। ଏହି ଶାବକର ମୃତ୍ୟୁ ପରେ ନନ୍ଦନକାନନର ଜଳହସ୍ତୀ ସଂଖ୍ୟା୧୩କୁ ହ୍ରାସ ପାଇଛି। ତନ୍ମଧ୍ୟରେ ୩ଟି ମାଈ, ୮ଟି ପୁରୁଷ ଓ ୨ଟି ଲିଙ୍ଗ ଚିହ୍ନଟ ହୋଇ ନଥିବା ଶାବକ ଅଛନ୍ତି।

ସମ୍ବନ୍ଧିତ ଖବର