ରାଜଧାନୀକୁ ୧୫ ଘଣ୍ଟା ଜଳଯୋଗାଣ ବନ୍ଦ

ମୁଣ୍ଡଳି ପିଏଚ୍‌ଡି ମୁଖ୍ୟ ପାଇପ୍‌ ଫାଟିଲା

ବାରଙ୍ଗ: ବାରଙ୍ଗ ବ୍ଲକ୍‌ ମୁଣ୍ଡଳି ନିକଟରେ ପିଏଚ୍‌ଡି ବିଭାଗ ଅଧୀନରେ ଥିବା ପାନୀୟଜଳ ଯୋଗାଣ ପ୍ରକଳ୍ପର ମୁଖ୍ୟ ପାଇପ୍‌ ଫାଟିଯିବାରୁ ଭୁବନେଶ୍ୱକୁ ୧୫ ଘଣ୍ଟା ଧରି ଜଳଯୋଗାଣ ବନ୍ଦ ରହିଛି। ବୁଧବାର ରାତି ପ୍ରାୟ ୧୨ଟାରେ ରାମଚଣ୍ଡୀ ଗ୍ରାମ ନିକଟରେ ମୁଖ୍ୟ ପାଇପ୍‌ଟି ଫାଟି ପାଣି ବାହାରି ଥିଲା। ସକାଳେ ବିଭାଗୀୟ କର୍ମଚାରୀମାନେ ଜେସିବି ମେସିନ୍‌, କ୍ରେନ୍‌ ସହ ସେଠାରେ ପହଞ୍ଚି ପାଇପ୍‌ ଫାଟି ଥିବା ସ୍ଥାନ ଖୋଳିଥିଲେ। ପରେ ପ୍ରାୟ ଦେଢ଼ ଫୁଟ୍‌ ଲମ୍ବରେ ଫାଟିଥିବା ପାଇପ୍‌ ମରାମତି କରାଯାଇଥିଲା। ଏହାପରେ ଅପରାହ୍ଣ ସାଢ଼େ ୩ଟାରେ ଭୁବନେଶ୍ୱରକୁ ଜଳଯୋଗାଣ ଆରମ୍ଭ ହୋଇଥିବା ମୁଣ୍ଡଳି ପିିଏଚ୍‌ଡି ଏସ୍‌ଡିଓ ବିଷ୍ଣୁ ଚରଣ ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର