ଏବିଭିପି କର୍ମକର୍ତାଙ୍କୁ ସ୍ୱାଗତ

ଭୁବନେଶ୍ୱର: ଏବିଭିପି ଓଡ଼ିଶା ପ୍ରଦେଶର ସଂପାଦକ ଅଭିଳାଷ ପଣ୍ଡାଙ୍କୁ ରାଷ୍ଟ୍ରୀୟ ସଂପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆଜି ରାଜଧାନୀରେ ଏବିଭିପି କର୍ମକର୍ତାଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ବାହାରି ବରମୁଣ୍ଡାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ମହର୍ଷି ମହାବିଦ୍ୟାଳୟର କାର୍ଯ୍ୟକର୍ତା, ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ଯ୍ୟକର୍ତା, ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର କାର୍ଯ୍ୟକର୍ତା, ରାଜଧାନୀ ଓ ସିଟି ଓମେନ୍‌ସ ମହାବିଦ୍ୟାଳୟର କାର୍ଯ୍ୟକର୍ତା ସାମିଲ ହୋଇଥିଲେ। ସେହିପରି ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ରାଷ୍ଟ୍ରୀ କାର୍ଯ୍ୟକାରୀ ସମିତିର ସଦସ୍ୟା ହୋଇଥିବା ବେଳେ ବୈଲୋଚନ ସାହୁଙ୍କୁ ପଶ୍ଚିମବଙ୍ଗର ସହ-ସଂଗଠନ ସଂପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଁକାର ପରିଡ଼ାଙ୍କୁ ଆଣ୍ଡାମାନ ଓ ନିକୋବରର ସଂଗଠନ ସଂପାଦକ ଭାବେ ଦାୟିତ୍ୱ ମିଳିଛି। ରାଜ୍ୟ ସହ ସଂପାଦକ ସୂରଦୀପ ମାହୁନ୍ତ, ଦେବାଶିଷ ଦାସ, ତୁତୁନ ପାତ୍ର ଓ ବିରେନ୍ଦ୍ର ଚୌହ୍ଵାନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଭାବେ ମନୋନୀତ ହୋଇଛନ୍ତି।

ଏବିଭିପିର ୬୩ତମ ରାଷ୍ଟ୍ରୀୟ ଅଧିବେଶନ ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଏହାର ଉଦ୍‌ଘାଟନ କରିଥିଳେ। ଅଲମ୍ପିଆନ୍‌ ଯୋଗେଶ୍ୱର ଦତ୍ତ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓ କ୍ରିକେଟର ସୁରେଶ ରୈନା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର