ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ କୀର୍ତ୍ତିରାଜି

ପୁରୁଣା ଭୁବନେଶ୍ୱର: ମନ୍ଦିରମାଳିନୀ ସହର ଭୁବନେଶ୍ୱର ମହାନ ଐତିହ୍ୟକୁ ନେଇ ସମୃଦ୍ଧ। ଏଠାରେ ଥିବା କୀର୍ତ୍ତିିରାଜିକୁ ଦେଖିବା ପାଇଁ ଦୈନିକ ଆସନ୍ତି ହଜାର ହଜାର ପର୍ଯ୍ୟଟକ। ହେଲେ ଏଠାରେ ଥିବା କେତେକ ପୁରାତନ ମନ୍ଦିର ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଆଉ କିଛି ଐତିହ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡ଼ିଛି।

ଶ୍ରୀଲିଙ୍ଗରାଜ ମନ୍ଦିରରୁ ଗଳୁଛି ପାଣି
ବିଶ୍ୱପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିରର ଭୋଗ ମଣ୍ଡପ, ରୋଷ ଘର ସହ ମନ୍ଦିର ପରିସରରେ ଥିବା ୫ଟି ଭିନ୍ନ ଭିନ୍ନ ସ୍ଥାନରୁ ପାଣି ଗଳୁଥିବା ଦେଖାଯାଇଛି। ସେହିପରି ମନ୍ଦିରର ବଡ଼ ଗଣେଶ, ମହାପ୍ରସାଦ ଯିବା ଆସିବା ସ୍ଥାନ, ଜଗନ୍ନାଥ ମନ୍ଦିର ପଛପାଖ, ବୈଦ୍ୟନାଥ ମନ୍ଦିରରେ ଏପରି ପାଣି ଗଳୁଥିବା ସମସ୍ୟା ଦେଖାଦେଇଛି। ନିୟମିତ ପାଣି ଗଳୁଥିବାରୁ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଥିବା କୁହାଯାଇଛି ।

ଦଳଭର୍ତ୍ତିି ବିନ୍ଦୁସାଗର
ସେହିପରି ଏକାମ୍ର କ୍ଷେତ୍ରର ଅନ୍ୟତମ ଐତିହ୍ୟ ବିନ୍ଦୁସାଗର ପୁଷ୍କରିଣୀ ଏବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପୁଷ୍କରିଣୀରେ ଦଳ ଭର୍ତି ହୋଇ ରହିଥିବାରୁ ଏହା ପର୍ଯ୍ୟଟକଙ୍କ ଅସନ୍ତୋଷର କାରଣ ସାଜିଛି। ପର୍ଯ୍ୟଟକମାନେ ଏହି ପାଣିରେ ସ୍ନାନ କରିବା ଦୂରର କଥା ସିଞ୍ଚନ କରିବାରେ ଭୟ କରୁଛନ୍ତି।

ଦେବୀ ପାଦହରା ୨୨ମନ୍ଦିର ଉଭାନ
ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ଥିବା ଦେବୀ ପାଦହରା ପୁଷ୍କରିଣୀ ଚାରିପଟେ ଥିବା ୧୦୮ ଶିବଲିଙ୍ଗ ମନ୍ଦିର ମଧ୍ୟରୁ ୬୦ଟି ମନ୍ଦିରରେ ଶିବଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ି ରହିଛି। ଏହାର ପୁନରୁଦ୍ଧାର କାମ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରାୟ ୪ବର୍ଷ ହେଲା କାମ ବନ୍ଦ ରହିଛି। ସେହିପରି ଏହାର ସୌନ୍ଦର୍ଯ୍ୟକରଣ କରିବାରେ ପର୍ଯ୍ୟଟନ ବିଭାଗ ଫେଲ ମାରିଛି। ଏବେ ଏହି ମନ୍ଦିରଗୁଡ଼ିକରେ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର