ଶ୍ୱେତପତ୍ର ଜାରି: ରାଜ୍ୟରେ ମହିଳା ଅସୁରକ୍ଷିତ, ବଢ଼ିଛି ହତ୍ୟା ଓ ଦୁଷ୍କର୍ମ

ଭୁବନେଶ୍ୱର: ସୁରକ୍ଷା ଯୋଗାଇବା ପାଇଁ ଆନେକ କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ରାଜ୍ୟରେ ମହିଳା ଅସୁରକ୍ଷିତ ଅନୁଭବ କରୁଛନ୍ତି। ଗତ ବର୍ଷ ୨୨୨୧ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହୋଇଛି। ଏଥିରୁ ୧,୪୦୧ଟି ମାମଲରେ ଦୋଷାରୋପ ଦାଖଲ କରାଯାଇଛି। ଗୃହ ବିଭାଗ ପକ୍ଷରୁ ବୁଧବାର ଜାରି ହୋଇଥିବା ଶ୍ୱେତପତ୍ରରେ କୁହାଯାଇଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି ବୋଲି ଜଣାପଡ଼ିଛି। ୨୦୧୭ରେ ରାଜ୍ୟରେ ଅପରାଧ, ଦୁଷ୍କର୍ମ, ଦଙ୍ଗା, ଲୁଣ୍ଠନ, ଅର୍ଥନୀତିକ ଅପରାଧ ଓ ମୋଟରଯାନ ଦୁର୍ଘଟଣା ମାମଲା ବୃଦ୍ଧି ପାଇଥିବା ବେଳେ ନରହତ୍ୟା, ଠକେଇ ଓ ଡକାୟତି ମାମଲା ହ୍ରାସ ପାଇଛି। ୨୦୦୬ରେ ଦୈନିକ ହାରାହାରି ୬.୦୮ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୭ରେ ଏହା ଦୈନିକ ହାରାହାରି ୬.୮କୁ ବୃଦ୍ଧିି ପାଇଛି।

ଶ୍ୱେତପତ୍ରରେ କୁହାଯାଇଛି ଯେ, ରାଜ୍ୟରେ ମୋଟ ୧ ଲକ୍ଷ ୩ ହଜାର ୮୬୬ ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି। ୨୦୧୬ରେ ଏହା ୧ ଲକ୍ଷ ୩ ହଜାର ୭୦୨ ଥିଲା। ସେହିପରି ୧୯୪୪ଟି ଦଙ୍ଗା ମାମଲା ପଞ୍ଜିକୃତ ହୋଇଥିଲା।

ସମ୍ବନ୍ଧିତ ଖବର