ବନ୍ୟପ୍ରାଣୀ ସୁରକ୍ଷା ନେଇ ଉଦ୍‌ବେଗ

ନନ୍ଦନକାନନରେ ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ୬୩ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ନନ୍ଦନକାନ, ମାଇଁ ସିଟି, ପ୍ରକୃତି ଓ ବନ୍ୟଜୀବ ସଂରକ୍ଷଣ ସୋସାଇଟି ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ନନ୍ଦନକାନନର ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନନ୍ଦନକାନନର ନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ। ବନ୍ୟପ୍ରଣୀମାନଙ୍କ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ, ଏ ନେଇ ସମସ୍ତେ ସଚେତନ ହେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ଡବ୍ଲୁଡବ୍ଲୁଏଫ୍‌ର ସଂଯୋଜକ ମାଇକେଲ୍‌ ପିଟର୍‌ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମୁରଲୀଧର ପରିଡ଼ା, ସାମ୍ବାଦିକ ରୁଦ୍ର ନାରାୟଣ ଷଡ଼ଙ୍ଗୀ ଓ ଗାଇଡ୍‌ ସୌମେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ୧୨ଟି ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ବିଭାଗ ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡ଼ା ଧନ୍ୟବାଦ୍‌ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ନନ୍ଦନକାନନ ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ମିଲନ କୁମାର ପଣ୍ଡା।

ସମ୍ବନ୍ଧିତ ଖବର