ଭାରତ ବିକାଶ ପରିଷଦ ପକ୍ଷରୁ ବିଜୟ ଦିବସ ପାଳିତ: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତ ବିକାଶ ପରିଷଦ, କେନ୍ଦ୍ରୀୟ ଶାଖା ପକ୍ଷରୁ ବିଜୟ ଦିବସ ଇଡକଲ ଅଡିଟୋରିୟମ ଠାରେ ପାଳିତ ହୋଇଯାଇଛି। ଏଥିରେ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଥିସହିତ ପୂର୍ବତନ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଭାଇସ୍‌ ଆଡମିରିଆଲ ଏସ୍‌.ଏଚ୍‌ ଶର୍ମା ମୁଖ୍ୟଅତିଥି, ପୂର୍ବତନ ଡିଜି ଏସ୍‌.ଏନ୍‌ ତିଓ୍ଵାରି ମୁଖ୍ୟବକ୍ତା, ପୂର୍ବତନ ଏୟାର ମାର୍ଶାଲ ଜେଏନ୍‌ ବର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କର୍ଣ୍ଣେଲ ପିକେ ଦାସ ବିଜୟ ଦିବସ ସମ୍ପର୍କିତ ପ୍ରାମାଣିକ ଚିତ୍ର ଉପସ୍ଥାପନ କରିଥିଲେ। ଭାରତ ବିକାଶ ପରିଷଦର ପୂର୍ବାଞ୍ଚଳ ଅଞ୍ଚଳିକ ନିର୍ଦେଶକ ସଚିଦାନନ୍ଦ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଭାରତ ବିକାଶ ପରିଷଦ, କେନ୍ଦ୍ରୀୟ ଶାଖାର ସଭାପତି ଏମ୍‌ପି ରାଉତ ସଭାପତୀୟ ଅଭିଭାଷଣ ପ୍ରଦାନ କରିଥିଲେ। ଅନଷ୍ଠାନର ସମ୍ପାଦିକା ସଙ୍ଗୀତା ଦାଶ, ଆବାହକ ଜେପି ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର