କୋଣାର୍କ ଏକ୍ସପ୍ରେସ୍‌ରୁ ମଦ ଜବତ, ୨ ଆଟେଣ୍ଡାଣ୍ଟ ଗିରଫ

ଭୁବନେଶ୍ବର: ଟ୍ରେନ୍‌ରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଏସି କୋଚ୍‌ର ୨ ଆଟେଣ୍ଡାଣ୍ଟକୁ ରେଳବାଇ ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୧୯ ବୋତଲ ବିଦେଶୀ ମଦ ଜବତ ହୋଇଛି। ସେମାନେ ହେଲେ ମଧ୍ୟପ୍ରଦେଶର ଗିରୀଶ ଗୁପ୍ତା(୨୨) ଓ ରାକେଶ ଗୁପ୍ତା(୧୯)। ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।ପୁଲିସ ସୂଚନା ମୁତାବକ, କୋଣାର୍କ ଏକ୍ସପ୍ରେସ୍‌ରେ ମଦ କାରବାର ଚାଲିଥିବା ରେଳବାଇ ଥାନା ପୁଲିସ ସୂଚନା ପାଇଥିଲା। ପୁଲିସର ଏକ ଟିମ୍‌ ଚଢ଼ଉ କରି ମଦ ସହ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର