ଉଇସ୍‌ ପକ୍ଷରୁ ଶାଢ଼ି ଓ କମ୍ବଳ ବଣ୍ଟନ

ଭୁବନେଶ୍ୱର: ଆଜି ମହିଳା ଶିଶୁ ବିକାଶ ଅନୁଷ୍ଠାନ ‘ଉଇସ୍‌’ ତରଫରୁ ଜିଜିପି କଲୋନି ବାଲିଆପଟାଠାରେ ହେଉଥିବା ବୈଦିକ ବ୍ରାହ୍ମଣ ସମିତିର ବାର୍ଷିକ ଉତ୍ସବରେ ଶାଢ଼ି ଓ କମ୍ବଳ ବଣ୍ଟନ କରାଯାଇଛି। ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପରିପ୍ରେକ୍ଷିରେ ଏହି କାର୍ଯ୍ୟକ୍ରମରେ ଉଇସ୍‌ର ଅଧ୍ୟକ୍ଷା ଅନୁଶ୍ରୁତା ସିଂହଦେଓ, ପରାମର୍ଶଦାତା ରିଙ୍କୁ ସାମନ୍ତରାୟ, ସମ୍ପାଦକ ରୋହିଣୀ ସିଂହଦେଓ, ସହସମ୍ପାଦକ ପଙ୍କଜିନୀ ପଟ୍ଟନାୟକ, ସୁଚରୀତା ଜେନା ପ୍ରମୁଖ ବୃଦ୍ଧବୃଦ୍ଧାମାନଙ୍କ ଶାଢ଼ି ଓ କମ୍ବଳ ବଣ୍ଟନ କରିଥିଲେ। ସହକର୍ମୀ ପ୍ରିୟଙ୍କା ସିଂହଦେଓ, ଶାନ୍ତିଲତା ପାଲ, ପୁଷ୍ପଲତା ଜେନା ଓ ସୋଭାଗ୍ୟବତୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର