ଅଳଙ୍କାର ଦୋକାନରୁ ଲୁଟ୍‌ ଉଦ୍ୟମ, ଧରାପଡ଼ିଲେ ମହିଳା

ପୁରୁଣା ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ରଥ ଦାଣ୍ଡରେ ଥିବା ଏକ ଅଳଙ୍କାର ଦୋକାନରୁ ଲୁଟ୍ ଉଦ୍ୟମ ବେଳେ ଜଣେ ମହିଳା ଧରାପଡ଼ିଛି। ଦୁଇଜଣ ମହିଳା ଫେରାର ହୋଇଯାଇଥିବା ବେଳେ ଜଣକୁ ଲୋକେ ଧରି ପୁଲିସ ଜିମା ଦେଇଛନ୍ତି। ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

ମିଳିଥିବା ସୂଚନା ମୁତାବକ, ରଥ ରୋଡରେ ଥିବା ଦୁଷ୍ମନ୍ତ ମହାରଣାଙ୍କ ମା’ ତାରିଣୀ ଜୁଏଲାରୀକୁ ଆଜି ମଧ୍ୟାହ୍ନ ୧ଟାରେ ୩ଜଣ ମହିଳା ଅଳଙ୍କାର କିଣିବା ବାହାନାରେ ଆସିଥିଲେ। ଦୁଷ୍ମନ୍ତଙ୍କ ସନ୍ଦେହ ହେବାରୁ ସେ ଚୋର ଚୋର ବୋଲି ଚିତ୍କାର କରିଥିଲେ। ଉକ୍ତ ମହିଳା ମାନେ ଦୌଡ଼ି ପଳାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଫେରାର ହୋଇଯାଇଥିବା ‌ବେଳେ ଜଣେ ସେଠାରେ ରହୁଥିବା ଜଣେ ଓକିଲଙ୍କ ବାଡ଼ିରେ ଲୁଚିବାକୁ ଉଦ୍ୟମ କରିବା ବେଳେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର