କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁ ଶନିବାର ଅପରାହ୍ନରେ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଜଣେ ଯୁବତୀ ଅପରାହ୍ନରେ ପୋଲ ଉପରେ ଚାଲୁଥିବା ବେଳେ ହଠାତ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତରେ ତାଙ୍କୁ ଗୁରୁତର ଅବସ୍ଥଶରେ ଉଦ୍ଧାର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଯୁବତୀଙ୍କ ପରିଚୟ ମିଳି ନାହିଁ। ପିସିଆର୍‌ ଭେନ୍‌ ଅଥବା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନାହିଁ।

କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଅଥବା ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ଏହା ନୂଆ ଘଟଣା ନୁହେଁ। ଗତ ଜୁଲାଇ ୨୩ରେ ଜଣେ ମହିଳା ହଂସପାଳ ବ୍ରିଜ୍‌ ଉପରୁ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କୁ ଟଙ୍କପାଣି ନିକଟରୁ ଉଦ୍ଧାର କରାଯାଇଥିଲା। କୁଆଖାଇ ନଦୀରେ ବୁଡ଼ିଯିବାରୁ ଗତ ଜୁଲାଇ ୨୫ରେ ୨ ଜଣ ନବମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଦିନ ଛାତ୍ର ଦ୍ୱୟ ହଂସପାଳ ଘାଟରେ ଗାଧୋଉଥିଲେ। ସୂଚନାଯୋଗ୍ୟ, ବିଗତ ୨ ବର୍ଷ ମଧ୍ୟରେ କୁଆଖାଇରେ ବୁଡ଼ି ୧୫ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର