ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗ୍ରାମ ନିକଟ ଏକ ଆପାର୍ଟମେଣ୍ଟ୍‌ରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ନୟାଗଡ଼ ଅଞ୍ଚଳର ମାନସ ରଂଜନ ପଣ୍ଡାଙ୍କ ପତ୍ନୀ ସୂଚିସ୍ମିତା ହୋତା(୨୫)। ରଂଜନ ଏକ ଘରୋଇ ହସ୍ପିଟାଲ୍‌ରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରନ୍ତି। ବୁଧବାର ରାତିରେ ଘରକୁ ଫେରି ସେ ସୂଚିସ୍ମିତାଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କୁ ସେ ସଙ୍ଗେ ‌ସଙ୍ଗେ ହସ୍ପିଟାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ନନ୍ଦନକାନନ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର