ବିଜେପିରେ ମିଶିଲେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ଶତାଧିକ ମହିଳା

ଭୁବନେଶ୍ବର : ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ଶତାଧିକ ମହିଳା ଆଜି ବିଜେପିରେ ମିଶିଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ‌େସମାନଙ୍କୁ ପୁଷ୍ପଗୁଚ୍ଛ ସହ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳରେ ସ୍ବାଗତ କରିଛନ୍ତି। ରେଶମା ରାଣୀ ନାୟକ, କୁନେଇ ଅଖୁଆ, ସବିତା ସିଂହ, ସବିନା ପାତ୍ରଙ୍କ ନେତୃତ୍ବରେ ନୂଆପଲ୍ଲୀ ଓ ସହିଦନଗର ଅଞ୍ଚଳର ଶତାଧିକ ମହିଳା ବିଜେପିରେ ମିଶିଥିଲେ। ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଜଟଣୀର ପୂର୍ବତନ ବିଧାୟକ ଶରତ ପାଇକରାୟଙ୍କ ପୁଅ ସୁରଜ ପାଇକରାୟ ବିଜେପିରେ ମିଶିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଦଳରେ ମିଶିଥିଲେ।

ସମ୍ବନ୍ଧିତ ଖବର