ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ମଝିହରା ପଞ୍ଚାୟତ ନୂଆସାହି ଗ୍ରାମର ମହିଳା ରାନୁ ସାହୁ (୨୫)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ରାନୁ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଶାଶୂଘର ଲୋକେ କହିଥିଲେ ହେଁ ବାପଘର ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଯୌତୁକ ପାଇଁ ରାନୁଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ନିରଂଜନ ସାହୁ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି। ବାଲିପାଟଣା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନମ୍ବର ୯୬/୧୮ ଓ ଦଫା ୪୯୮(କ), ୩୦୪(ଖ), ୪ ଡିପି ଆଇପିସି ବଳରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ କହିଛନ୍ତି। ଅପରପକ୍ଷେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର