ୱା‌ର୍ଡ ୪୫ରେ ଆରମ୍ଭ ହେଲା ‘ମୋ ୱାର୍ଡ ମୋ ଦାୟିତ୍ବ’

ଭୁବନେଶ୍ବର: ବିଏମ୍‌ସିର ୱାର୍ଡ ନଂ-୪୫ରେ ଜନ ସଚେତନତା କାର୍ଯ୍ୟକ୍ରମ ‘ମୋ ୱାର୍ଡ ମୋ ଦାୟିତ୍ବ’ ଆରମ୍ଭ ହୋଇଛି। ୱାର୍ଡ ବାସିନ୍ଦାଙ୍କ ସେମାନଙ୍କ ନିଜ ପରିବେଶ ବିଷୟରେ, ନିଜ ଅଞ୍ଚଳ ପାଇଁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ୱାର୍ଡ-୪୫ର ପୂର୍ବତନ କର୍ପୋରେଟର ଅମରେଶ ଜେନାଙ୍କ ଅଧ୍ୟକ୍ଷତା‌େର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡି ନେତା ଅରୂପ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ସମୀର ପ୍ରଧାନ, ସମାଜସେବୀ ପ୍ରମୋଦ ନାୟକ, ଟିକିନା ସେଠୀ, ଛାତ୍ର ନେତା ଧର୍ମେନ୍ଦ୍ର କୁମାର ଧଳ, ରାଜଲକ୍ଷ୍ମୀ ବେହେରା, ସୁମନ କୁମାର ସାହୁ, ଜିତେନ୍ଦ୍ର ନାୟକ, ସୁଦୀପ୍ତ ପୃଷ୍ଟି ଏବଂ ସ୍ଥାନୀୟ ବାସିନ୍ଦାମାନେ ସାମିଲ୍‌ ହୋଇଥିଲେ। ବିଧାୟକ ଓ ଅନ୍ୟମାନେ ଘର ଘର ବୁଲି ଲୋକଙ୍କୁ ଗଛ ଚାରା ବାଣ୍ଟିବା ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ। ଏହାସହ ଚିନ୍ତାମଣିଶ୍ବର ପ୍ରାଥମିକ ବିଦ୍ୟାଳୟ, ଚିନ୍ତାମଣିଶ୍ବର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ସ୍ବଚ୍ଛ ରହିବା ସହ ପାଠପଢ଼ାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଘରର ଆବର୍ଜନାକୁ ଡ୍ରେନ୍ କିମ୍ବା ରାସ୍ତାରେ ନପକାଇ ଡଷ୍ଟବିନ୍‌ରେ ପକାଇବାକୁ କହିଥିଲେ।

ସମ୍ବନ୍ଧିତ ଖବର