ମୁକ୍ତିମଣ୍ଡପ ମତ ଲୋଡ଼ିଲା ପ୍ରଶାସନ: ଶ୍ରୀଲିଙ୍ଗରାଜ ମନ୍ଦିରରେ ଭଗ୍ନ ପ୍ରତିମା ମରାମତି ପାଇଁ ମନାକଲେ କାରିଗର

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ପାଉଥିବା ଚଳନ୍ତି ପ୍ରତିମାଗୁଡ଼ିକର ଅନୁଧ୍ୟାନ କରିବା ପରେ ସେଗୁଡ଼ିକ ମରାମତି ହୋଇ ପାରିବ ନାହିଁ ବୋଲି କାରିଗରମାନେ ସ୍ପଷ୍ଟ କରି ଦେଇଛନ୍ତି। ପୂଜା ପାଉଥିବା ଏହି ମୂର୍ତିଗୁଡ଼ିକରେ ତରଳା ଓ ଫୁଙ୍କା କାମ ହେବାକୁ ଥିବାରୁ ସେଗୁଡ଼ିକ କରିହେବ ନାହିଁ ବୋଲି ସେମାନେ କହିଛନ୍ତି। ପୂଜା ହେଉଥିବାରୁୁ ନିହାଣ, ଅଗ୍ନୀ ଦ୍ଵାରା କାମ କରାଯାଇ ପାରିବ ନାହିଁ ବୋଲି କାରିଗରମାନେ କହିବା ପରେ ମନ୍ଦିର ପ୍ରଶାସନ ଆଜି ପୁରୀ ମୁକ୍ତିମଣ୍ଡପ ମତ ଲୋଡ଼ିଛି। ପ୍ରକାଶ ଯେ, ମୂର୍ତିଗୁଡ଼ିକ ମରାମତି ପାଇଁ କଣ୍ଟିଲୋର ଶିଳ୍ପୀ ସାରଙ୍ଗଧର ମହାପାତ୍ର ଓ ଦୁଇ ଜଣ ସହଯୋଗୀ ମନ୍ଦିରକୁ ଆସି ଅନୁଧ୍ୟାନ କରିଥିଲେ। ମୂର୍ତିଗୁଡ଼ିକ ପୂଜା ପାଉଥିବାରୁ ସେମାନେ ନିହାଣ, ଅଗ୍ନୀ ଦ୍ଵାରା କାର୍ଯ୍ୟ କରିପାରିବେ ନାହିଁ ବୋଲି କହିଥିଲେ। ଫଳରେ ମୂର୍ତିଗୁଡ଼ିର ପୁନରୁଦ୍ଧାର ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି। ଆଜି ମୁକ୍ତିମଣ୍ଡପର ମତ ଲୋଡ଼ା ଯାଇଛି। ମୁକ୍ତିମଣ୍ଡପର ମତ ଆସିବା ପରେ ଏହାକୁ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର