ମଡେଲ୍‌ ଲେୟର ଫାର୍ମ ପରିଦର୍ଶନ କଲେ ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧିଦଳ

ଭୁବନେଶ୍ୱର : ଶନିବାର ପ୍ୟାରିସ୍‌ସ୍ଥିତ ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧିଦଳ ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଦ୍ୱାରା ଏକ ମଡେଲ୍‌ ଲେୟର୍‌ ଫାର୍ମ ଭାବେ ମାନ୍ୟତା ପାଇଥିବା ଖୋର୍ଧାର ଟାଙ୍ଗିରେ ମଙ୍ଗରାଜ ପଲଟ୍ରିଜ ପ୍ରାଇଭେଟ ଲିମିଟେଡ୍‌ ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧିଦଳରେ ଆସିଥିବା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ଏହି ଫାର୍ମର ଉନ୍ନତ ବ୍ୟବସ୍ଥା, ସ୍ୱାସ୍ଥ୍ୟକର ପରିିବେଶ ଓ ପରିଚାଳନାର ଉଚ୍ଚ ପ୍ରଶଂସା କରିଥିଲେ। ଭାରତ ସରକାରଙ୍କ କୃଷି ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଟିମ୍‌ରେ ସାମିଲ ହୋଇଥିଲେ।

ଏହି ଅବସରରେ ଫାର୍ମର ପରିଚାଳନା ନିର୍ଦେଶକ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ। ବିଶ୍ୱସ୍ତରୀୟ ଏକ ସଂଗଠନ ଦ୍ୱାରା ରାଜ୍ୟର ଏହି ଲେୟର୍‌ ଫାର୍ମ ଉଚ୍ଚ ପ୍ରଶଂସିତ ହେବା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ପଶୁ ସଂପଦ ବିଭାଗର ବରିଷ୍ଠ ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର