ବିଶ୍ୱ ନୃତ୍ୟ ଦିବସ : ନୃତ୍ୟ ଓ ବାଦ୍ୟ ବିଚିତ୍ରା

ଭୁବନେଶ୍ୱର : ଶାସ୍ତ୍ରୀୟ ଓ ପାରମ୍ପରିକ ନୃତ୍ୟର ମନୋରମ ଆସର ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି ବିଶ୍ୱ ନୃତ୍ୟ ଦିବସ। ଓଡ଼ିଶା ସଂଗୀତ ନାଟକ ଏକାଡେମି ଉଦ୍ୟମରେ ଆୟୋଜିତ ଏହି ଉତ୍ସବ ପ୍ରାରମ୍ଭରେ କଟକର ସୁରମନ୍ଦିରର ଶିଳ୍ପୀବୃନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ବେଙ୍ଗାଲୁର୍‌ରୁ ଆସିଥିବା ପ୍ରତୀକ୍ଷା କାଶୀ କୁଚିପୁଡ଼ି ନୃତ୍ୟରେ ଗଣେଶ ବନ୍ଦନା ଏବଂ ଏହି ଶାସ୍ତ୍ରୀୟ ନୃତ୍ୟର ବିଭିନ୍ନ ବିଭବ ପରିବେଷଣ କରିଥିଲେ। ବଲାଙ୍ଗୀରର ଡ. ଘାସିରାମ ମିଶ୍ରଙ୍କ ସଂଯୋଜନାରେ ଶିଳ୍ପୀମାନଙ୍କ ପଞ୍ଚବାଦ୍ୟ ପରିବେଷଣ ଆକର୍ଷଣୀୟ ଅନୁଭବ ଦେଇଥିଲା। ବିଶିଷ୍ଟ ଓଡ଼ିଶୀ ନୃତ୍ୟ ବିଦୁଷୀ ପଦ୍ମଶ୍ରୀ ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦି, ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମିର ସଚିବ ଡ. ବିଜୟ ଜେନା ଉପସ୍ଥିତ ଥିଲେ। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର