ଅନାହାରଙ୍କୁ ଖାଦ୍ୟ ଯୋଗାଇବ ‘ହାପି ଫ୍ରିଜ୍’

ଭୁବନେଶ୍ବର: ବିଶ୍ବ ଖାଦ୍ୟ ସପ୍ତାହ ଅବସରରେ ଯୁବ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ପୁରୁଣା ଷ୍ଟେସନ ବଜାର ଠାରେ ‘ହାପି ଫ୍ରିଜ୍’ ସେବା ଆରମ୍ଭ ହୋଇଛି। ଏଥିରେ ଷ୍ଟେସନ ବଜାର ଠାରେ ଫ୍ରିଜ୍ ରଖାଯାଇଥିବାବେଳେ ଲୋକମାନେ ସେମାନଙ୍କର ବଳକା ଖାଦ୍ୟକୁ ଏଠାରେ ରଖିପାରିବେ। ଯେଉଁମାନେ ଖାଇବାକୁ ପାଉନାହାନ୍ତି ସେମାନେ ଏଠାକୁ ଆସି ଖାଦ୍ୟ ସଂଗ୍ରହ କରିପାରିବେ। ଏହାଦ୍ବାରା ରାଜଧାନୀରୁ ଅନାହାର ଲୋକଙ୍କ ସଂଖ୍ୟା କମିବ ବୋଲି ଯୁବ ଉତ୍କଳ ଫାଉଣ୍ଡେସନର ଅଧ୍ୟକ୍ଷ ଦେବାଶିଷ ଜେନା ଏବଂ ପରିଚାଳନା ନିର୍ଦ୍ଦେଶକ ନିଖିଲ ଭୂଷଣ କହିଛନ୍ତି। ଭୁବନେଶ୍ବର ଡିସିପି ଅନୁପ ସାହୁ ଏବଂ ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନା ଏହି ହାପି ଫ୍ରିଜ୍ ସେବାକୁ ଉଦ୍‌ଘାଟନ କରିଥିଲେ। ଏହି ହାପି ଫ୍ରିଜ୍ ଯୋଜନାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ଦାୟିତ୍ବ ପୁରୁଣା‌ ଷ୍ଟେସନ ବଜାର ସାଇ ଟ୍ରଷ୍ଟ ନେଇଛି।

ସମ୍ବନ୍ଧିତ ଖବର