ବିଶ୍ୱ ସ୍ୱାସ୍ଥ୍ୟ ଦିବସ : ପରିବେଶ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର ବିଷୟ

ଭୁବନେଶ୍ୱର : ଯେଉଁ ରାଷ୍ଟ୍ରରେ ସ୍ୱାସ୍ଥ୍ୟ ସେବାର ମାନ ଯେତେ ଉତ୍ତମ ସେହି ଦେଶର ମାନବ ସମ୍ବଳ ଓ ସମାଜ ସେତେ ସଶକ୍ତ। ତେବେ ପରିବେଶ ଯେପରି ପ୍ରଦୂଷିତ ହେଉଛି ତାହା ଏବେ ମାନବ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର ବିଷୟ ହୋଇଛି। ତେଣୁ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଓଡ଼ିଶା ପରିବେଶ ସମିତି ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ କେନ୍ଦ୍ର ପରିସରରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି।

ସମିତିର ସଭାପତି ଡ.ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍‌ ହସ୍ପିଟାଲ୍‌ର ଗବେଷଣା ନିର୍ଦେଶକ ଡାକ୍ତର ଶାନ୍ତନୁ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆପୋଲୋ ହସ୍ପିଟାଲ୍‌ର ନେଫ୍ରୋଲୋଜିର ମୁଖ୍ୟ ବିଶେଷଜ୍ଞ ଡାକ୍ତର ନିଶିଥ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ। ପ୍ରାରମ୍ଭରେ କେନ୍ଦ୍ରର କ୍ୟୁରେଟର ଅମିତ କୁମାର ମଣ୍ଡଳ ସ୍ୱାଗତ ଭାଷଣ ଦେଇଥିଲେ। ସମିତିର ସମ୍ପାଦକ ଡ.ଜୟକୃଷ୍ଣ ପାଣିଗ୍ରାହୀ ଅତିଥି ପରିଚୟ ଦେବା ସହ ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ’ ସ୍ଳୋଗାନ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରର ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ମାର୍ଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର