ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ବିଶ୍ବ କିଡ୍‌ନି ଦିବସ

‘ଆଇ ଲାଇଭ୍ ଅନ୍’ ଅଭିଯାନର ଶୁଭାରମ୍ଭ

ଚନ୍ଦ୍ରଶେଖରପୁର: ବିଶ୍ୱ କିଡ୍‌ନି ଦିବସ ଅବସରରେ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଅଙ୍ଗ ଦାନ ଓ ପ୍ରତିରୋପଣ ପରର ଜୀବନ ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ଆଇ ଲାଇଭ୍ ଅନ୍’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଲୋକଙ୍କୁ ସହଯୋଗ କରିବା ଓ ସେମାନଙ୍କ ଅଙ୍ଗଗୁଡ଼ିକୁ ସଂରକ୍ଷିତ ରଖିବା ପାଇଁ ହସ୍ପିଟାଲ ପକ୍ଷରୁ ବୃକକ୍‌ ପାଇଁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରୀକ୍ଷା ପ୍ୟାକେଜ୍‌ର ମଧ୍ୟ ‌ବ୍ୟବସ୍ଥା ହୋଇଛି। ଯେଉଁଥିରେ ମାର୍ଚ୍ଚ ୧୪ରୁ ୩୧ ପର୍ଯ୍ୟନ୍ତ ୟୁରୋଲୋଜି ଓ ନେଫ୍ରୋଲୋଜି ଭିତ୍ତିକ ପରାମର୍ଶରେ ୨୦ ପ୍ରତିଶତ ରିହାତି ଓ ନିର୍ଦ୍ଧାରିତ ଅନୁସନ୍ଧାନ ପାଇଁ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି।

‘ଆଇ ଲାଇଭ୍ ଅନ୍’ ହେଉଛି ଅଙ୍ଗ ଦାନକୁ ସଂରକ୍ଷିତ ରଖିବା ପାଇଁ ଏକ ଅନ୍‌ଲାଇନ୍ ପ୍ଲାଟଫର୍ମ। ଅଙ୍ଗ ଦାନ ପାଇଁ ଏହି ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟାକୁ ଅତି ସରଳ ଓ ସହଜ ଉପାୟରେ ପ୍ରସ୍ତୁତ କରାଯାଇଛି। ହସ୍ପିଟାଲର ୟୁନିଟ୍ ମୁଖ୍ୟ ଜନ୍‌ ବର୍ଗିଜ୍‌ କହିଛନ୍ତି ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ ବୃକକ୍ ପ୍ରତିରୋପଣ କ୍ଷେତ୍ରରେ ବହୁ ଆଗରେ ରହିଛି। ୟୁରୋଲୋଜି ଓ ଟ୍ରାନ୍ସପ୍ଲାଣ୍ଟ ସର୍ଜନର ବରିଷ୍ଠ ପରାମର୍ଶଦାତା ଡା. ମାନସ ରଞ୍ଜନ ପ୍ରଧାନ କହିଲେ ଅତୀତରେ ଅଙ୍ଗଦାନକାରୀ ଓ ଗ୍ରହଣକାରୀଙ୍କ ରକ୍ତ ସମାନ ପ୍ରକାରର ହୋଇ ନଥିଲେ ଏକ ପ୍ରତିରୋପଣ ସଫଳ ହୋଇପାରୁ ନଥିଲା। ନୂତନ ପଦ୍ଧତି ପତିରୋପଣ ବହୁ ସହାୟକ ହୋଇଛି। ଡା. ବିଶ୍ୱଜିତ ନନ୍ଦ କହିଲେ ଉପଯୁକ୍ତ ଖାଦ୍ୟ ଓ ପରାମର୍ଶ କରାଯାଇଥିବା ଔଷଧ ସହିତ ଏକ ସୁସ୍ଥକର ଜୀବନଶୈଳୀ କ୍ରୋନିକ୍‌ କିଡ୍‌ନି ଡିଜିଜ୍‌(ସିକେଡି)ର ପ୍ରାରମ୍ଭିକ ଅବସ୍ଥାରେ ଉତ୍ତମ ଭାବେ ପ୍ରଭାବିତ ଚିକିତ୍ସାକୁ ସ୍ଥିର କରିଥାଏ।

ସମ୍ବନ୍ଧିତ ଖବର