ଭୁବନେଶ୍ବର: ‘କିଚେନ୍ ଗାର୍ଡେନ୍ସ ଆସୋସିଏସନ୍’ ପକ୍ଷରୁ ‘ବିଶ୍ବ କିଚେନ ଗାର୍ଡେନ ଦିବସ’ ଆଜି ସହିଦ ନଗରସ୍ଥିତ ରାଜ୍ୟ ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଳୟ (ଷ୍ଟେଟ୍ କ୍ବାଲିଟି କଣ୍ଟ୍ରୋଲ ଲ୍ୟାବ୍)ରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଅଞ୍ଚଳର ଉତ୍ପାଦିତ ସାମଗ୍ରୀ, ବାଡ଼ି ବଗିଚାରେ ଉତ୍ପାଦିତ ପନିପରିବା ଆଦି ପ୍ରଦର୍ଶିତ ହେବା ସହ ଲୋକଙ୍କୁ କିଚେନ ଗାର୍ଡେନ ସମ୍ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇଓସିଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି. ସି ଚୌବେ, ନାବାର୍ଡର ଜିଏମ୍ ଏ.ପି. ଦାସ ଓ ଆର୍ସିଓଏଫ୍ର ଆଞ୍ଚଳିକ ନିର୍ଦ୍ଦେଶକ ଏ. ଏସ୍ ରାଜପୁତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ‘ମହିଳା, ପରିବାର ପୋଷଣ ଓ ସହରୀ କୃଷି’ ଏବଂ ‘ପ୍ରାକୃତିକ ସମ୍ବଳର ଅମଳ ଓ ଛାତ ଉପରେ ଚାଷ’ ଶୀର୍ଷକ ଦୁଇଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ ବିଶେଷଜ୍ଞ ଓ ଚାଷୀ ଏଠାରେ ଉପସ୍ଥିତ ରହି ସେମାନଙ୍କ ଜ୍ଞାନ ଓ ଅନୁଭୂତି ବଖାଣିଥିଲେ। କାର୍ଯ୍ୟକ୍ରମରେ ଆସୋସିଏସନ୍ର ଉପଦେଷ୍ଟା ବି .ଏମ୍ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ଆସୋସିଏସନ୍ର ଅଧ୍ୟକ୍ଷ ବି.ସି ଜେନା ସଭାପତିତ୍ବ କରିଥିଲେ। ଟ୍ରଷ୍ଟି ପ୍ରକାଶ ବେହେରା ଧନ୍ୟବାଦ ଜଣାଇଥିଲେ।
ବିଶ୍ବ କିଚେନ୍ ଗାର୍ଡେନ ଦିବସ: ଲୋକଙ୍କୁ ସଚେତନ କଲା ‘କିଚେନ୍ ଗାର୍ଡେନ୍ସ ଆସୋସିଏସନ୍’
/sambad/media/post_attachments/wp-content/uploads/2019/08/dcdavfdavdavdvvwsvdsa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)