ବିଶ୍ୱ ଦୁଗ୍ଧ ଦିବସ ପାଳନ କଲା ଦୁଗ୍ଧଚାଷୀ ମହାସଂଘ

ଭୁବନେଶ୍ୱର: ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ଓ ଦୁଗ୍ଧ ଚାଷୀମାନଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିଶ୍ୱ ଦୁଗ୍ଧ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ରାଜ୍ୟ ଅଧ୍ୟକ୍ଷ ରବି ବେହେରାଙ୍କ ଅଧ୍ୟକ୍ଷତାରେ ମହାସଂଘର ଚାଷୀ ଓ ଯୁବନେତାମାନେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକାଠି ହୋଇ ପ୍ରତି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦୈନିକ ଏକ ଗ୍ଲାସ୍‌ କ୍ଷୀର ଦେବାକୁ ଦାବି କରିଥିଲେ। ହାତରେ ଦୁଗ୍ଧ ଗ୍ଲାସ ଓ କ୍ଷୀର ବୋତଲ ଧରି ସେମାନେ ‘ରେଜ୍‌ ଏ ଗ୍ଲାସ୍‌ ଅଫ ମିଲ୍କର ସ୍ଳୋଗାନ୍‌ ଦେଇଥିଲେ। ଏହି ବିକ୍ଷୋଭରେ ଦୁଗ୍ଧଚାଷୀ ମହାସଂଘର ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ସମେତ ଉପାଧ୍ୟକ୍ଷ ଦୁଃଶାସନ ମାହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ, ଦୁୁଗ୍ଧ ଚାଷୀମାନଙ୍କ ମଧ୍ୟରୁ ବିଜୟ ବେହେରା, ସୁଦର୍ଶନ ପ୍ରଧାନ, ଦୀପ୍ତି ଲେଙ୍କା, ସଂଜୟ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ଯୁବନେତା ପ୍ରଦୀପ ମିଶ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର