ଭୁବନେଶ୍ୱର : ସକାଳୁ ରାତି ପର୍ଯ୍ୟନ୍ତ ଅବିରତ ଓଡ଼ିଶୀ ନୃତ୍ୟ ଆୟୋଜନର ମହାପର୍ବ ‘ବିଶ୍ୱ ଓଡ଼ିଶୀ ଉତ୍ସବ’ ଆଜି ଭଂଜ କଳାମଣ୍ଡପରେ ଆରମ୍ଭ ହୋଇଛି। ଏହି କଳାମଣ୍ଡପର ମଞ୍ଚ ସୁଶୋଭିତ ହୋଇଛି ଉଭୟ ଦେଶୀ ଓ ବିଦେଶିନୀଙ୍କ ଓଡ଼ିଶୀ ନୃତ୍ୟରେ। ନୃତ୍ୟ ନୈବେଦ୍ୟର କାତ୍ୟାୟିନୀ ମହାନ୍ତିଙ୍କ ନୃତ୍ୟରୁ ଆରମ୍ଭ ହୋଇଛି ବିଶ୍ୱ ଓଡ଼ିଶୀ ଉତ୍ସବର ଆଦ୍ୟପର୍ବ।
Sambad is now on WhatsApp
Join and get latest news updates delivered to you via WhatsApp
ସନ୍ଧ୍ୟାରେ ପ୍ରଭାତ କୁମାର ସ୍ୱାଇଁଙ୍କ ନୃତ୍ୟ ସଂଯୋଜନାରେ ନୃତ୍ୟ ନୈବେଦ୍ୟର ଦଳଗତ ନୃତ୍ୟ ସାଙ୍ଗକୁ ହଙ୍ଗେରିର ଟୁରି ବିରାଗ ରେକା ନୃତ୍ୟ ପରିବେଷଣ କରିଥିଲେ। ଜାପାନର ନାନାଏ କେଜୁକା ନବଦୁର୍ଗା ପରିବେଷଣ କରିଥିବା ବେଳେ ‘ସୃଜନ୍’ର ପ୍ରଜ୍ଞା ପାରମିତା ଦାସଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ପରେ ସିକ୍ତା ଦାସ, ବିଷ୍ଣୁତତ୍ତ୍ୱ ଦାସ, ଗୀତାଞ୍ଜଳି ଆଚାର୍ଯ୍ୟ, ରୀତି ରାଜଗୁରୁ, ଦେବଦତ୍ତ ଲାହିରି, ଜ୍ୟୋତିର୍ମୟୀ ସୂପକାର ଏବଂ ପରେ ଅଦୃତ ଡ୍ୟାନ୍ସ ଗ୍ରୁପ୍ର ଦଳଗତ ନୃତ୍ୟ ଦେଖିବାକୁ ମିଳିଥିଲା।
୩ଟି ସତ୍ରରେ ଅନୁଷ୍ଠିତ ନୃତ୍ୟ ପର୍ବରେ ଅନୁପମା ସାହୁ, ମୀରା କାନୁନ୍ଗୋ, ପ୍ରିୟଙ୍କା ସାହୁ, ଐଶାନୀ କୁଣ୍ଡୁ, ଅର୍ଚିତା ଦାସ, ସନ୍ଧ୍ୟାରାଣୀ ପ୍ରଧାନ, ସାୟୋନି, ଫଲ୍ଗୁ ଶତପଥୀ, ପ୍ରତୀକ ପ୍ରିୟଙ୍କର ମିଶ୍ର, ରୂପାଲି ପାଣିଙ୍କ ସମେତ ପଲ୍ଲବୀ ଦାସଙ୍କ ନୃତ୍ୟ ସଂଯୋଜନାରେ ଗୁରୁ ପଙ୍କଜ ଉଡ୍ର ସଂସ୍କୃତି ଏକାଡେମିର ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ପ୍ରାରମ୍ଭିକ ପର୍ବରେ ଶ୍ରୀଲଗ୍ନା ପତି, ଶୁଭଶ୍ରିତା ମହାପାତ୍ର, ଆହନା ପଟ୍ଟନାୟକ, ଜ୍ୟୋତିଶ୍ରୀ ମହାପାତ୍ର, ଆକୃତି ମିଶ୍ର, ଅଙ୍କିତା ବେହେରା, ସ୍ରିଷ୍ଟି ସୁଚରିତା, ଶ୍ରଦ୍ଧା ମହାପାତ୍ର, ଅନୁଷ୍କା ନାୟକ, ଭି ଦଣ୍ଡପାଟ, ଶ୍ରେୟାଶ୍ରୀ ଦେ, ପ୍ରିୟାଂଶୀ ପଣ୍ଡା, କଲ୍ୟାଣମୟୀ ସାହୁ, ସ୍ନେହା ବର୍ମା, ଆଶ୍ରିତ ପ୍ରଧାନ, ଏ ଅନେ୍ଵଷା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ।
ଏହି ଉତ୍ସବରେ ଓଡ଼ିଶୀ ନୃତ୍ୟ ଜଗତର ବିଶିଷ୍ଟ ଗୁରୁ ମିନତି ମିଶ୍ର, ଅରୁଣା ମହାନ୍ତି, ରତ୍ନା ରୟ, ସାମ ଗୋରାୟା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ। ଓଡ଼ିଶୀ ଇଣ୍ଟରନ୍ୟାସ୍ନାଲ୍ର ଅଧ୍ୟକ୍ଷ ଗୁରୁ ରାମହରି ଦାସ, ଉତ୍ସବର ଆବାହକ କେଦାର ମିଶ୍ର, ‘ସାଂସ୍କୃତିକୀ’ର ସଭାପତି ଡ.ରୀନା ରାଉତରାୟ ଏବଂ ଉତ୍ସବର ନିର୍ଦେଶକ ଶ୍ୟାମହରି ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂର୍ଯ୍ୟାଂଶୀ ମିଶ୍ର ଏବଂ ପଦ୍ମଜା ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।