ଟୁରିଷ୍ଟ ଗାଇଡ୍‌ ଆସୋସିଏସନ୍‌ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ

ଭୁବନେଶ୍ୱର : ଓଡ଼ିଶା ଟୁରିଷ୍ଟ ଗାଇଡ୍‌ ଆସୋସିଏସନ୍‌ ଓ ଓଡ଼ିଶା ପର୍ଯ୍ୟଟନର ମିଳିତ ସହଯୋଗରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଧଉଳି ଶିଳାନୁଶାସନ ନିକଟରେ ପର୍ଯ୍ୟଟନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ଧଉଳି ପାଦ ଦେଶରେ ଥିବା ଅଶୋକଙ୍କ ଶିଳାଲେଖଠାରୁ ଆରମ୍ଭ ହୋଇ ଶାନ୍ତିସ୍ତପରେ ପହଞ୍ଚିଥିଲା। ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ଅଜୟ ରାଉତ ଓ ଧଉଳି ସରପଞ୍ଚ ପଦଯାତ୍ରାର ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଧିବାସୀ ପଦଯାତ୍ରାରେ ସାମିଲ ହୋଇଥିଲେ। ପର୍ଯ୍ୟଟନ ବିଶେଷଜ୍ଞ ଓ ଗାଇଡ୍‌ମାନେ ଧଉଳିର ଇତିହାସ ବିଷୟରେ ସମସ୍ତଙ୍କୁ ସଚେତନ କରିଥିଲେ। ଟୁରିଷ୍ଟ ଗାଇଡ୍‌ ଆସୋସିଏସନ୍‌ ସଭାପତି ସୁବ୍ରତ ପଟ୍ଟନାୟକ, ସମ୍ପାଦକ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର